ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ଜିତିଲା ଭାରତ - ଭାରତ ବିଜୟୀ

AUS VS IND: Clinical India beat Australia by 13 runs in third ODI
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ଜିତିଲା ଭାରତ
author img

By

Published : Dec 2, 2020, 5:01 PM IST

Updated : Dec 2, 2020, 5:29 PM IST

16:57 December 02

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ଜିତିଲା ଭାରତ

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଭାରତ ବିଜୟୀ । 303 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ 289 ରନରେ ଅଲଆଉଟ । 13 ରନରେ ମ୍ୟାଚ ଜିତିଲା ଭାରତ । 

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ରନରେ 13 ରନରେ ଜିତିନେଇଛି ଭାରତ । ଫଳରେ କଙ୍ଗାରୁ ଟିମର ସିରିଜ କ୍ଳିନ ସୁଇପ ସ୍ବପ୍ନ ସଫଳ ହୋଇନାହିଁ । ଏଥିସହିତ ବର୍ଷର ଶେଷ ଦିନିକିଆ ମ୍ୟାଚରେ ବିଜୟ ସହ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । 303 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆକୁ 289 ରନରେ ରନରେ ସନ୍ତୁଷ୍ଟ ହେବାକୁ ପଡିଛି ।  

ବିଜୟ ଠାରୁ ମାତ୍ର 13 ରନ ଦୂରରେ ଘରୋଇ ଦଳକୁ ରୋକିବାରେ ସଫଳ ହୋଇଛନ୍ତି ଭାରତୀୟ ବୋଲର । ସିରିଜରେ ପ୍ରଥମ ଥର ଭାରତୀୟ ବୋଲର ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ସହ ସିରିଜ ହାତଛଡା କରିବା ପରେ, ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଏକାଧିକ ପରିବର୍ତ୍ତନ କରିଥିଲେ କ୍ୟାପଟେନ ବିରାଟ କୋହଲି । ଫଳରେ ଏହି ରଣନୀତି ସଫଳ ସାବ୍ୟସ୍ତ ହୋଇଛି ।  

ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି । 10 ଓଭର ବୋଲିଂ କରି  51ରନ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରିଛନ୍ତି । ଟି.ନଟରାଜନ 2ଟି ଓ ଜଶପ୍ରୀତ ବୁମରା ଦୁଇଟି ୱିକେଟ ହାସଲ କରିଛନ୍ତି । କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜାଙ୍କୁ ୱିକେଟ ଲେଖାଏଁ ୱିକେଟ ମିଳିଛି ।  

ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ଆରୋନ ଫିଞ୍ଚ ସର୍ବାଧିକ 75 ରନର ଇଂନିସ ଖେଳିଥିଲେ । ପିଞ୍ଚଙ୍କ ଏହି ଇଂନିସରେ  7ଟି ଚୌକା ଓ 3ଟି ଛକା ସାମିଲ ରହିଥିଲା । ଗ୍ଳେନ ମାକ୍ସୱେଲ ଶେଷ ଭାଗରେ ଦ୍ରୁତ ବ୍ୟାଟିଂ ସହ ଦଳକୁ ବିଜୟୀ କରାଇବାକୁ ସମସ୍ତ ପ୍ରୟାସ କରାଇଥିଲେ ।  ଆଷ୍ଟନ ଆଗର 28 ଓ ଆଲେକ୍ସ କ୍ୟାରୀ 38 ରନର ଯୋଗଦାନ କରିଥିଲେ । ଫର୍ମରେ ଥିବା ଷ୍ଟିଭ ସ୍ମିଥ ମାତ୍ର 7 ରନରେ ଆଉଟ ହେବାସହ ସିରିଜରେ ପ୍ରଥମ ଥର ବିଫଳ ହୋଇଥିଲେ ।  

ପୂର୍ବରୁ ଟସ‌ ଜିତି ପ୍ରଥମେ ଟିମ‌ ଇଣ୍ଡିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ମ୍ୟାଚର 5ମ ଓଭରର 5ମ ବଲରେ ସିନ ଆବଟ୍ଟଙ୍କ ପ୍ରଥମ ଶିକାର ହୋଇଥିଲେ ଓପନର ଶିଖର ଧାୱନ । ଦଳୀୟ ସ୍କୋର 26 ଥିବାବେଳେ, ବ୍ୟକ୍ତିଗତ 16 ରନ କରି ସେ ପାଭିଲିୟନ ଫେରିଥିଲେ । ପରେ 15ତମ ଓଭରରେ ଶୁଭମନ ଗିଲଙ୍କ ୱିକେଟ ହରାଇଥିଲା ଭାରତ ।

ପରେ ଦଳୀୟ ସ୍କୋର 114ରେ ଶ୍ରେୟସ ଆୟର ଓ 123ରେ କେଏଲ ରାହୁଲଙ୍କୁ ହରାଇ ସଙ୍କଟରେ ପଡିଥିଲା ଦଳ । ମାତ୍ର କ୍ୟାପଟେନ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ତେବେ 31ତମ ଓଭରରେ ଦଳୀୟ ସ୍କୋର 152 ଥିବାବେଳେ ବ୍ୟକ୍ତିଗତ 63 ରନ କରି ଜସ ହେଜେଲଉଡଙ୍କ ବଲରେ ଆଉଟ୍‌ ହୋଇଥିଲେ କ୍ୟାପଟେନ ବିରାଟ କୋହଲି ।

ବିରାଟ ପାଭିଲିୟନ ଫେରିବା ପରେ ମୈଦାନକୁ ଆସିଥିଲେ ରବିନ୍ଦ୍ର ଜାଡେଜା । ଉଭୟ ପାଣ୍ଡ୍ୟା ଓ ଜାଡେଜା ନିଜ ନିଜ ଶୈଳୀରେ ଖେଳି ଦଳକୁ ସମ୍ମାନଜନକ 302 ରନରେ ପହଞ୍ଚାଇଥିଲେ । ହାର୍ଦ୍ଦିକ 76 ବଲରୁ 92 ଓ ରବିନ୍ଦ୍ର 50 ବଲରୁ 66 ରନ କରି ଦଳର ସ୍କୋରକୁ 300 ରନ୍‌ ପାର କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଆଷ୍ଟନ ଅଗର ସର୍ବାଧିକ 2ଟି ୱିକେଟ‌ ନେଇଥିବାବେଳେ ଜସ ହେଜେଲଉଡ, ସିନ ଆବଟ୍ଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । 

ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିଜେତା ହୋଇଥିବାରୁ ଘରୋଇ ଅଷ୍ଟ୍ରେଲିଆ ଦିନିକିଆ ସିରିଜକୁ 2-1ରେ ନିଜ ନାମରେ କରିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 2, 2020, 5:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.