ETV Bharat / sports

ସିଡନୀରେ ଅଧା ରହିଗଲା କ୍ଲିନ୍ ସୁଇପ ସ୍ବପ୍ନ; 3ୟ ଟି-20 ଜିତିଲା ଅଷ୍ଟ୍ରେଲିଆ, ସିରିଜ ହାତେଇଲା ଭାରତ - ସିରିଜ ହାତେଇଲା ଭାରତ

IND VS AUS 3rd T20: Aus won by 12 runs
3ୟ ଟି-20ରେ ଅଷ୍ଟ୍ରେଲିଆ ବିଜୟୀ, ସିରିଜ ହାତେଇଲା ଭାରତ
author img

By

Published : Dec 8, 2020, 5:27 PM IST

Updated : Dec 8, 2020, 6:13 PM IST

17:21 December 08

3ୟ ଟି-20ରେ ଅଷ୍ଟ୍ରେଲିଆ ବିଜୟୀ, ସିରିଜ ହାତେଇଲା ଭାରତ

ସିଡନୀ: ଶେଷ ପର୍ଯ୍ୟନ୍ତ ଲଢେଇ ସତ୍ତ୍ବେ 3ୟ ଟି-20ରେ ଭାରତ ପରାସ୍ତ । ଅଧାରେ ରହିଗଲା ସିରିଜ କ୍ଳିନ ସୁଇପ୍ ଆଶା । 187ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଦଳ 174ରେ ଅଟକିଯାଇଥିଲା । କ୍ୟାପଟେନ ବିରାଟ କୋହଲି 61 ବଲରୁ 4 ଚୌକା ଓ 3 ଛକା ସହାୟତାରେ 85 ରନର ଇଂନିସ ଖେଳିଥିଲେ । 

ମାତ୍ର ଦଳକୁ ବିଜୟୀ କରାଇପାରିନଥିଲେ । ଶିଖର ଧାୱନ 28 ଓ ହାର୍ଦ୍ଦିକ ପାଣ୍ଡ୍ୟା 20 ରନର ଇଂନିସ ଖେଳିଥିଲେ । ତେବେ ଲୋକେଶ ରାହୁଲ ଓ ଶ୍ରେୟସ ଆୟର ଶୂନରେ ଆଉଟ ହେଇ ନିରାଶ କରିଥିଲେ । ଫଳରେ ବିଜୟ ଠାରୁ 13 ରନ ଦୂରରେ ରହିଯାଇଥିଲା ଭାରତ ।

ସମସ୍ତ ଅଷ୍ଟ୍ରେଲୀୟ ବୋଲର ମାପଚୁପି ବୋଲିଂ କରିଥିଲେ । ମିଚେଲ ସୁଇପସନ 4 ଓଭରରେ 23 ରନ ବ୍ୟୟରେ 3ଟି ୱିକେଟ ହାସଲ କରିବା ସହ ସଫଳତମ ବୋଲର ରହିଥିଲେ । ଗ୍ଲେନ ମାକ୍ସୱେଲ, ସିନ ଆବଟ୍ଟ, ଆଣ୍ଡିୟୁ ଟାଇ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ବୋଲିଂ ପାଇଁ ସୁଇପସନ ପ୍ଲେଆର ଅଫ ଦ ମ୍ୟାଚ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦ ସିରିଜ ହୋଇଛନ୍ତି ।  

ପୂର୍ବରୁ ମାଥ୍ୟୁ ୱେଡଙ୍କ 53 ବଲରୁ 80 ଓ ମାକ୍ସୱେଲଙ୍କ 36 ବଲରୁ 54 ରନ ବଳରେ ଭାରତ ସାମ୍ନାରେ ଅଷ୍ଟ୍ରେଲିଆ 186 ରନର ବିଜୟ ଲକ୍ଷ୍ୟ ରଖିଥିଲା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2020, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.