ETV Bharat / sports

ମେ 18 ପରେ ଅଭ୍ୟାସକୁ ଫେରିବେ ଭାରତୀୟ କ୍ରିକେଟର: ବିସିସିଆଇ ଅଧିକାରୀ - ଲକଡାଉନ ଗାଇଡଲାଇନ

ଦେଶରେ 4ର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେଲେ ସମସ୍ତ ଗାଇଡଲାଇନକୁ ପାଳନ କରି ଅଭ୍ୟାସକୁ ଫେରିବେ ଭାରତୀୟ କ୍ରିକେଟର । ଏହା କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ । ତେବେ ଅଭ୍ୟାସ ପାଇଁ କେବଳ ଜାତୀୟ ଦଳର ଶୀର୍ଷ ଖେଳାଳିଙ୍କୁ ଅନୁମତି ମିଳିବ ।

if govt. eases restrictions, players can start skill-based training post may 18: BCCI official
ମେ18 ପରେ ଅଭ୍ୟାସକୁ ଫେରିବେ ଭାରତୀୟ କ୍ରିକେଟର: ବିସିସିଆଇ ଅଧିକାରୀ
author img

By

Published : May 15, 2020, 11:44 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ଦେଶରେ 3ୟ ପର୍ଯ୍ୟାୟ ଲକଡାଉନ ମେ 17ରେ ଶେଷ ହେଉଛି । ପରେ 4ର୍ଥ ପର୍ଯ୍ୟାୟ ଲକଡାଉନ ନେଇ ପ୍ରଧାନମନ୍ତ୍ରୀ ମୋଦି ସଙ୍କେତ ଦେଇସାରିଛନ୍ତି ।

ତେବେ ଦେଶରେ 4ର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେଲେ ସମସ୍ତ ଗାଇଡଲାଇନକୁ ପାଳନ କରି ଅଭ୍ୟାସକୁ ଫେରିବେ ଭାରତୀୟ କ୍ରିକେଟର । ଏହା କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ । ତେବେ ଅଭ୍ୟାସ ପାଇଁ କେବଳ ଜାତୀୟ ଦଳର ଶୀର୍ଷ ଖେଳାଳିଙ୍କୁ ଅନୁମତି ମିଳିବ ।

ତେବେ ଖେଳାଳିଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବା ନାହିଁ । ଘର ନିକଟରେ ଥିବା ଅଭ୍ୟାସ ସ୍ଥାନରେ ନେଟ ସେସନର ବ୍ୟବସ୍ଥା ପାଇଁ ବିସିସିଆଇ ପକ୍ଷରୁ ଉଦ୍ୟମ କରାଯାଉଛି ।

ଶୀର୍ଷ ଖେଳାଳିଙ୍କ ମଧ୍ୟରେ ଏକମାତ୍ର ମହମ୍ମଦ ସାମି ଉତ୍ତର ପ୍ରଦେଶର ନିଜ ଗ୍ରାମ ସାହସପୁରରେ ଅଛନ୍ତି । ଫଳରେ ସେଠାରେ ଗାଁ ଖେଳପଡିଆକୁ ସେ ବ୍ୟବହାର କରିପାରିବେ । ମାତ୍ର ଅନ୍ୟ ସମସ୍ତ ଖେଳାଳି ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ମେଟ୍ରୋ ସହରରେ ଫସି ରହିଛନ୍ତି । ସେଠାରେ ଜିମର ଆବଶ୍ୟକତା ରହିଛି ।

ତେବେ ଅଭ୍ୟାସ ଜନିତ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବାକୁ ଖେଳାଳିଙ୍କୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.