ETV Bharat / sports

ଧୋନିଙ୍କୁ ଟି-20 ବିଶ୍ବକପ ଦଳରେ ସାମିଲ ନ କରାଯିବା ମୁର୍ଖାମି: ଭଜି - T20 WC

ଦି ଦଳ ପରିଚାଳନା ଏବଂ ଚୟନକର୍ତ୍ତା ଚାହିଁବେ, ତେବେ ଧୋନିଙ୍କୁ ନିର୍ଦ୍ବନ୍ଦରେ ଆଗାମୀ ଟି-20 ବିଶ୍ବକପ ଦଳରେ ସାମିଲ କରାଯାଇ ପାରିବ ବୋଲି ଭାରତୀୟ ସ୍ପିନର ହରଭଜନ ସିଂ କହିଛନ୍ତି । ଅଧିକ ପଢ଼ନ୍ତୁ...

if-dhoni-is-available-for-t20-wc-india-should-pick-him-harbhajan
ଧୋନିଙ୍କୁ ଟି-20 ବିଶ୍ବକପ ଦଳରେ ସାମିଲ ନ କରାଯିବା ମୁର୍ଖାମି: ଭଜି
author img

By

Published : Apr 17, 2020, 12:44 AM IST

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଜଣେ ବଡ ଖେଳାଳି ଯାହାଙ୍କୁ ତାଙ୍କ ଆଇପିଏଲ୍ ଫର୍ମ ଦ୍ବାରା ବିଚାର କରାଯାଇପାରିବ ନାହିଁ । ଯଦି ଦଳ ପରିଚାଳନା ଏବଂ ଚୟନକର୍ତ୍ତା ଚାହିଁବେ, ତେବେ ଧୋନିଙ୍କୁ ନିର୍ଦ୍ବନ୍ଦରେ ଆଗାମୀ ଟି-20 ବିଶ୍ବକପ ଦଳରେ ସାମିଲ କରାଯାଇ ପାରିବ ବୋଲି ଭାରତୀୟ ସ୍ପିନର ହରଭଜନ ସିଂ କହିଛନ୍ତି ।

‘‘ଆପଣ ଧୋନିଙ୍କୁ କେମିତି ବିଚାର କରିବେ, ତାଙ୍କର ଆଇପିଏଲ୍ ଫର୍ମ ଦେଖି? ତେବେ ଏହା ଏକ ବଡ ମୁର୍ଖାମି ହେବ । ତାଙ୍କୁ ସମ୍ମାନ ଦିଅନ୍ତୁ କାରଣ ସେ ଭାରତର ଜଣେ ଶ୍ରେଷ୍ଠ ଖେଳାଳି ଏବଂ ଅଧିନାୟକ । ଏହି ବ୍ୟକ୍ତି ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି ।’’ ଏକ ଖବର ସରବରାହ ସଂସ୍ଥାକୁ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଭଜି ।

"ଏମଏସ ଧୋନି ଜଣେ ବଡ ବଡ ଖେଳାଳି । ସେ ସକ୍ଷମ କି ନାହିଁ ତାଙ୍କୁ ଜଣାଇବା ଆବଶ୍ୟକ ନାହିଁ । ତେଣୁ ମୁଁ ଭାବୁନାହିଁ ଯେ ଆପଣ ଏହା ବିଷୟରେ ଅଧିକ ଚିନ୍ତା କରିବା ଆବଶ୍ୟକ । ଯଦି ଆପଣ ଭାବୁଛନ୍ତି ଯେ ଧୋନି ଦରକାର, ଏବଂ ଯଦି ସେ ଅଛନ୍ତି ଉପଲବ୍ଧ, ତୁମେ ତାଙ୍କୁ ବାଛ, ”ଟେଷ୍ଟ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ୱିକେଟ ନେଇଥିବା ହରଭଜନ କହିଛନ୍ତି ।

ହରଭଜନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ପାଇଁ ଧୋନିଙ୍କ ସହ ଖେଳିଛନ୍ତି । ତେବେ ପୂର୍ବତନ ଭାରତ ଅଧିନାୟକ 2019 ବିଶ୍ୱକପ ସେମିଫାଇନାଲ ପରଠାରୁ ଆଉ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.