ବର୍ମିଂହାମ: ବାଂଲାଦେଶକୁ 28 ରନରେ ହରାଇଛି ଭାରତ । ଫଳରେ ଚଳିତ ବିଶ୍ବକପର 2ୟ ଦଳ ଭାବେ ସେମିଫାଇନାଲରେ ଭାରତ ସ୍ଥାନ ପକ୍କା କରିଛି ।
ବାଂଲାଦେଶ ପକ୍ଷରୁ ସାକିବ ଅଲ-ହସନ ସର୍ବାଧିକ 66ରନର ପାଳି ଖେଳିଥିଲେ । ସୌମ୍ୟ ସରକାର 33, ତମିମ ଇକବାଲ 22, ମୁସଫିକର ରହିମ 24 ରନ କରି ଆଉଟ ହୋଇଥିଲେ । ତେବେ ସବିର ରେହମାନ ଓ ମହମ୍ମଦ ସାଫିଉଦ୍ଦିନ ଳଢୁଆ ପାଳି ଖେଳି ବାଂଲାଦେଶକୁ ବିଜୟର ନିକଟବର୍ତ୍ତି କରାଇଥିଲେ । ସବିର 36 ବଲରୁ 5ଚୌକା ସହୟତାରେ 36 ରନର ପାଳି ଖେଳିଥିଲେ । ସବିର ଆଉଟ ହେବା ପରେ ବାଂଲାଦେଶ ପାଇଁ ଶେଷ ଯାଏଁ ଲଢିଥିଲେ ମହମ୍ମଦ ସାଫିଉଦ୍ଦିନ । 38ବଲରୁ 9ଚୌକା ସହ ଅର୍ଧଶତକ ପୂରଣ କରିଥିଲେ ସାଫିଉଦ୍ଦିନ ।
ପୂର୍ବରୁ ଭାରତୀୟ ପାଳିରେ ରୋହିତ ଶର୍ମା ପୁଣି ଏକ ଆକର୍ଷଣୀୟ ଶତକ ହାସଲ କରିଥିଲେ । ରୋହିତ ଏହି ଶତକକୁ ମିଶାଇ ଚଳିତ ବିଶ୍ବକପରେ 4ର୍ଥ ଶତକ ହାସଲ କରିଛନ୍ତି । 92 ବଲରୁ 7ଚୌକା ଓ 5 ଛକା ସହାୟତାରେ ଦମଦାର 104 ରନର ପାଳି ଖେଳିଥିଲେ ରୋହିତ । ଲୋକେଶ ରାହୁଲ 92 ବଲରୁ 77 ରନର ଅର୍ଧଶତକୀୟ ପାଳି ଖେଳିଥିଲେ । ରିଷଭ ପନ୍ତ 41 ବଲରୁ 6ଚୌକା ଓ 1ଛକା ସହାୟତାରେ 48 ରନ କରି ଆଉଟ ହୋଇଥିଲେ । ଫଳରେ ପ୍ରଥମ ବିଶ୍ବକପ ଖେଳୁଥିବା ପନ୍ତ ମାତ୍ର 2 ରନ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥଲେ । କ୍ୟାପଟେନ କୋହଲି 26 ରନ କରି ଆଉଟ ହୋଇଥିଲେ । ତେବେ ଧୋନି 33 ବଲରୁ 35 ରନର ପାଳି ଖେଳି ଟିମ ଇଣ୍ଡିଆର ସ୍କୋରକୁ 300 ପାର କରାଇଥିଲେ । ବାଂଲାଦେଶର ଷ୍ଟାର ପେସ ବୋଲର ମୁସ୍ତାଫିଜୁର ରେହମାନ ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଥିଲେ ।