ETV Bharat / sports

ଆଇସିସି ମହିଳା ଟି-20 ବିଶ୍ବକପ: ନ୍ୟୁଜିଲାଣ୍ଡକୁ 134ରନର ଟାଗେର୍ଟ ଦେଲା ଭାରତ

author img

By

Published : Feb 27, 2020, 11:24 AM IST

ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ ହାରିବା ପରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଭାରତୀୟ ମହିଳା କ୍ରିକେଟ ଟିମ ନିର୍ଦ୍ଧାରିତ 20 ଓଭରରେ 133 ରନ କରିଛି । ଫଳରେ ନ୍ୟୁଜିଲାଣ୍ଡ ଆଗରେ 134ରନର ବିଜୟ ଲକ୍ଷ୍ୟ ରହିଛି ।

ICC Women's World T20
ନ୍ୟୁଜିଲାଣ୍ଡକୁ 134ରନର ଟାଗେର୍ଟ ଦେଲା ଭାରତ

ମେଲବୋର୍ଣ୍ଣ: ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ ହାରିବା ପରେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଭାରତୀୟ ମହିଳା କ୍ରିକେଟ ଟିମ ନିର୍ଦ୍ଧାରିତ 20 ଓଭରରେ 133 ରନ କରିଛି । ଫଳରେ ନ୍ୟୁଜିଲାଣ୍ଡ ଆଗରେ 134ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଶେଫାଲି ବର୍ମା ସର୍ବାଧିକ 46 ରନ କରିଛନ୍ତି ।

ଆଇସିସି ମହିଳା ଟି-20 ବିଶ୍ବକପର ନବମ ମ୍ୟାଚ ମେଲବୋର୍ଣ୍ଣର ଜଂକସନ ଓଭାଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ବ୍ୟାଟି କରିବାକୁ ଓହ୍ଲାଇ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା ହରମନପ୍ରୀତଙ୍କ ସ୍କ୍ବାର୍ଡ । ସ୍ମୃତି ମନ୍ଧାନ 11 ରନ କରି ଓ ତାନ୍ୟା ଭାଟିଆ 23ରନ କରି ଆଉଟ ହୋଇଥିଲେ ।

ଏହାପରେ ଶେଫାଲି ବର୍ମା ପାଳି ସମ୍ଭାଳୁଥିବା ବେଳେ ଜେମିମା ରୋଡ୍ରିଗ୍‌ଜ ଓ କ୍ୟାପ୍ଟେନ ହରମନପ୍ରୀତ କୌର ମଧ୍ୟ 1 ରନ କରି ଆଉଟ ହୋଇଯାଇଥିଲେ । ତେବେ ଶେଫାଲି ବର୍ମା ଜବରଦସ୍ତ ଫର୍ମରେ ନଜର ଆସୁଥିଲେ । 46ରନର ପାଳିରେ 3ଟି ଛକା ଓ 4ଟି ଚୌକା ମାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.