ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଟି-20 ବୋଲିଂ ମାନ୍ୟତା । ଶ୍ରେଷ୍ଠ 10 ବୋଲର ତାଲିକା ମଧ୍ୟରେ 3 ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ତାଲିକାର 2ୟ ସ୍ଥାନରେ ରହିଛନ୍ତି ଭାରତୀୟ ସ୍ପିନର ରାଧା ଯାଦବ ।
ଅନ୍ୟତମ ଭାରତୀୟ ଷ୍ଟାର ବୋଲର ପୁନମ ଯାଦବ 5ମ ଓ ଦିପ୍ତି ଶର୍ମା ଷଷ୍ଠ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ମେଗାନ ସ୍କଟ ରହିଛନ୍ତି । ତେବେ ଶ୍ରେଷ୍ଠ 10 ବୋଲରଙ୍କ ମଧ୍ୟରେ ପାକିସ୍ତାନର କୋଣସି ଖେଳାଳିଙ୍କୁ ସ୍ଥାନ ମିଳିନାହିଁ ।