ମେଲବୋର୍ଣ୍ଣ: ସୁପର ସନଡେରେ ସୁପର ଫାଇଟ । ମେଲବୋର୍ଣ୍ଣରେ ହେବ ମହାମୁକାବିଲା । ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ଟି-20 ବିଶ୍ବକପର ମେଗା ଫାଇନାଲ ।

ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆକୁ ମାତ ଦେବାକୁ ଫୁଲ ଜୋଶରେ ହରମନପ୍ରୀତ ସେନା । ପୁଣି ଗର୍ଜିବ ଶେଫାଳି ବର୍ମାଙ୍କ ବ୍ୟାଟ । ଓପନର ସ୍ମୃତି ମାନ୍ଧନାଙ୍କ ବ୍ୟାଟରୁ ହେବ ରନ ବର୍ଷା । ହାଡହିଟର ହରମନପ୍ରୀତଙ୍କ ହିଟ୍ରେ ଝୁମିବେ ଦର୍ଶକ । ଘାତକ ବୋଲିଂ କରିବା ସହ କଙ୍ଗାରୁ ଶିବିର ଧ୍ବସ୍ତ ଲକ୍ଷ୍ୟରେ ପୁନନ ଯାଦବ । ଜେମିମ୍ମା ଓ ବେଦା କ୍ରୀଷ୍ଣାମୂର୍ତ୍ତୀଙ୍କ ପ୍ରଦର୍ଶନ ଉପରେ ବି ସମସ୍ତଙ୍କ ନଜର ।

ଭାରତୀୟ ମହିଳାଙ୍କ ଦମଦାର ପ୍ରଦର୍ଶନ ଦେଖିବ ବିଶ୍ବ । ଐତିହାସିକ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଦମ ଦେଖାଇବେ ଓମେନ ଇନ ବ୍ଲୁ । ପ୍ରଥମଥର ଚମ୍ପିଆନ ତାଜ ପିନ୍ଧିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭରତୀୟ ଟିମ ।

ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ପ୍ରତ୍ୟେକ ଭାରତୀୟ । ପ୍ରଧାନମନ୍ତ୍ରୀ ମୋଦି ଓ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଟ୍ବିଟ କରି ଟିମକୁ ଜଣାଇଛନ୍ତି ଶୁଭେଚ୍ଛା ବାର୍ତ୍ତା ।
ମେଲବୋର୍ଣ୍ଣ ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ, ଦର୍ଶକ ପ୍ରସ୍ତୁତ । ତେବେ କିଏ ବିଶ୍ବ ଚମ୍ପିଆନ ?ତାକୁ ସମସ୍ତଙ୍କ ଅପେକ୍ଷା ।
ଭାରତୀୟ ମହିଳା ଦଳ: ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ହରମନପ୍ରୀତ କୌର(କ୍ୟାପଟେନ), ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତି ଶର୍ମା, ତାନିଆ ଭାଟିଆ(ୱିକେଟ କିପର), ବେଦା କ୍ରିଷ୍ଣାମୂର୍ତ୍ତୀ, ଶିଖା ପାଣ୍ଡେ, ରାଧା ଯାଦବ, ପୁନମ ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ପୂଜା ବସ୍ତ୍ରକର, ହର୍ଲିନ ଦେଓଲ, ଅରୁନ୍ଧତି ରେଡ୍ଡି, ରିଚା ଘୋଷ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ