ETV Bharat / sports

ମହିଳା ଟି-20 ବିଶ୍ବକପ ଫାଇନାଲରେ ଭାରତ

author img

By

Published : Mar 5, 2020, 11:00 AM IST

Updated : Mar 5, 2020, 12:06 PM IST

ICC Womens T20 WC
ମହିଳା ଟି-20 ବିଶ୍ବକପ ଫାଇନାଲରେ ଭାରତ

08:40 March 05

ମହିଳା ଟି-20 ବିଶ୍ବକପ ଫାଇନାଲରେ ଭାରତ

ସିଡନି: ମହିଳା ଟି-20 ବିଶ୍ବକପ ଫାଇନାଲରେ ପହଞ୍ଚିଲା ଭାରତ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲା ବର୍ଷାରେ ଧୋଇଯାଇଛି । ଟସ ପଡିବା ପୂର୍ବରୁ ସିଡନି ଗ୍ରାଉଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ମ୍ୟାଚ ସମ୍ଭବ ହୋଇନଥିଲା । ରିଜର୍ଭ ଦିନର ବ୍ୟବସ୍ଥା ନଥିବାରୁ ପରେ ମ୍ୟାଚକୁ ବାତିଲ କରିଦିଆଯାଇଛି ।

ଏହି ମ୍ୟାଚ ବାତିଲ ହେବା ସହିତ ଟି-20 ବିଶ୍ବକୁ ଇତିହାସରେ ଭାରର ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଛି । ଲିଗ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା ଭାରତ । ଏହାର ଫାଇଦା ଦଳକୁ ମିଳିଛି । ଭାରତୀୟ ଦଳ ଗ୍ରୁପ ପର୍ଯ୍ୟାୟରେ ସମସ୍ତ 4ଟି ମ୍ୟାଚରେ ବିଜୟୀ ହୋଇଥିଲା । ଅନ୍ୟପଟେ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଥିଲା । ଏହି ପରାଜୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।  

ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 2ୟ ସେମିଫାଇାନାଲ ମ୍ୟାଚ ଖେଳାଯିବ । ଯଦି ଏହି ମ୍ୟାଚ ଖେଳାଯିବା ସମ୍ଭବ ନହୁଏ ତେବେ, ଦକ୍ଷିଣ ଆଫ୍ରିକା, ଭାରତ ଭଳି ଫାଇନାଲରେ ପ୍ରବେଶ କରିବ । ଘରୋଇ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଭାରତ ଠାରୁ ପରାସ୍ତ ହୋଇଥିଲା । ଫଳରେ ଏହି ପରାଜୟ ମଧ୍ୟ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟର ରାସ୍ତା ଦେଖାଇବ ।

 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Mar 5, 2020, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.