ETV Bharat / sports

19 ବର୍ଷରୁ କମ କ୍ରିକେଟ ବିଶ୍ବକପ 2020: ସମୟ ସାରଣୀ ଘୋଷଣା

author img

By

Published : Oct 24, 2019, 7:32 PM IST

19 ବର୍ଷରୁ କମ 2020 ବିଶ୍ବକପ ପାଇଁ ଆଇସିସି ପକ୍ଷରୁ ସମୟ ସାରଣୀ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ଦୁବାଇ: 19 ବର୍ଷରୁ କମ 2020 ବିଶ୍ବକପ ପାଇଁ ସମୟ ସାରଣୀ ଘୋଷଣା ହୋଇଛି । ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ଏନେଇ ସ୍ପଷ୍ଟ କରିଛି । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବ । 2020 ଜାନୁୟାରୀ 17ରୁ ଆରମ୍ଭ ହୋଇ ଫେବୃୟାରୀ 10 ପର୍ଯ୍ୟନ୍ତ ଖେଳାଯିବ ।

ଉଦଘାଟନୀ ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନକୁ ଭେଟିବ । ଜାନୁୟାରୀ 19ରେ ଶ୍ରୀଲଙ୍କା ବିପକ୍ଷରେ ଜୁନିୟର ଟିମ ଇଣ୍ଡିଆ ଅଭିଯାନ ଆରମ୍ଭ କରିବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ନାଇଜେରିଆ ଓ ଜାପାନ ପ୍ରଥମଥର ଆଇସିସି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ମୋଟ 16 ଟିମକୁ 4ଟି ଗ୍ରୁପରେ ବିଭକ୍ତ କରାଯାଇଛି ।

ଗ୍ରୁପ ଏ: ଭାରତ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଜାପାନ
ଗ୍ରୁପ ବି: ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ନାଇଜେରିଆ
ଗ୍ରୁପ ସି: ପାକିସ୍ତାନ, ବାଂଲଦେଶ, ଜିମ୍ବାୱେ, ସ୍କଟଲାଣ୍ଡ
ଗ୍ରୁପ ଡି: ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ୟୁଏଇ, କାନାଡା

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.