ETV Bharat / sports

ବିନା ଦର୍ଶକରେ ଟି-20 ବିଶ୍ବକପ ଅବାସ୍ତବ: ୱାସିମ ଆକ୍ରମ

author img

By

Published : Jun 5, 2020, 3:06 PM IST

କୋରୋନା ଭାଇରସ ସ୍ଥିତି ସ୍ବାଭାବିକ ହେବାପରେ ଟି-20 ବିଶ୍ବକପ ଆୟୋଜନ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଚିନ୍ତା କରିବା ଉଚିତ । ଏହା କହିଛନ୍ତି ପାକିସ୍ତାନର ମହାନ କ୍ରିକେଟର ୱାସିମ ଆକ୍ରମ ।

ICC should wait for a suitable time to host T20 World Cup, says Wasim Akram
ବିନା ଦର୍ଶକରେ ଟି-20 ବିଶ୍ବକପ ଅବାସ୍ତବ: ୱାସିମ ଆକ୍ରମ

କରାଚୀ: ଆଇସିସି ଟି-20 ବିଶ୍ବକପ ଆୟୋଜନ ନେଇ ପାକିସ୍ତାନର ମହାନ କ୍ରିକେଟର ୱାସିମ ଆକ୍ରମଙ୍କ ବଡ ବୟାନ । ଦର୍ଶକଙ୍କ ବିନା ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟ ଅବାସ୍ତବ। ସେଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ମେଗା ଇଭେଣ୍ଟକୁ ସ୍ଥଗିତ କରିବା ଉଚିତ ହେବ ବୋଲି କହିଛନ୍ତି ଆକ୍ରମ । ସ୍ଥିତି ସ୍ବାଭାବିକ ହେବାପରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ଆଇସିସି ନିକଟରେ ସେ ପ୍ରସ୍ତାବ ରଖିଛନ୍ତି ।

ବିଶ୍ବକପ ଭଳି ଇଭେଣ୍ଟ ବିନା ଦର୍ଶକରେ ଅବାସ୍ତବ । ନିଜ ଦେଶର ଖେଳାଳିଙ୍କୁ ଷ୍ଟାଡିୟମରେ ସପୋର୍ଟ କରିବାକୁ ବିଶ୍ବର କୋଣ ଅନୁକୋଣରୁ କ୍ରିକେଟ ପ୍ରେମୀମାନେ ଆସନ୍ତି । ଏହା ଏକ ନିଆରା ପରିବେଶ ସୃଷ୍ଟି କରେ । ଖେଳାଳିଙ୍କ ମନୋବଳ ବୃଦ୍ଧି ହେବାସହ ନୂଆ ଜୋଶ ଆଣେ । ମାତ୍ର ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ବିଶ୍ବକପ ଗ୍ରହଣୀୟ ହେବନାହିଁ ବୋଲି ୱାସିମ ଆକ୍ରମ କହିଛନ୍ତି ।

ଅଷ୍ଟ୍ରେଲିଆରେ ଅକ୍ଟୋବରରେ ହେବାକୁ ଥିବା ଆଇସିସି ଟି-20 ବିଶ୍ବକପ କୋରୋନା ଭାଇରସ ସଂକ୍ରମଣ ଭୟ ଓ ଅଷ୍ଟ୍ରେଲିଆ ସରକାରଙ୍କ ବିମାନ ଚଳାଚଳ କଟକଣା ଯୋଗୁଁ ସ୍ଥଗିତ ହେବା ନେଇ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.