ETV Bharat / sports

'ଆଇସିସି ପ୍ଲେୟାର ଅଫ ଦ ମନ୍ଥ' ଆଓ୍ବାର୍ଡ ଦୌଡରେ 4 ଭାରତୀୟ ଖେଳାଳି - ଐତିହାସିକ ଟେଷ୍ଟ ସିରିଜ

ପ୍ରତିମାସରେ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରୁଥିବା କ୍ରିକେଟରଙ୍କୁ ମିଳିବ ପ୍ଲେୟାର ଅଫ ଦ ମନ୍ଥ ପୁରସ୍କାର । ତେବେ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳିଙ୍କ ଦୌଡରେ ଭାରତର 4 କ୍ରିକେଟର ରହିଛନ୍ତି । ଅଧିକ ପଢ଼ନ୍ତୁ...

icc player of the month award will be given to the best performer
ଭଲ ପ୍ରଦର୍ଶନ କଲେ ମିଳିବ ଆସିସି ପ୍ଲେୟାର ଅଫ ଦ ମନ୍ଥ ପୁରଷ୍କାର
author img

By

Published : Jan 28, 2021, 7:13 AM IST

ଦୁବାଇ: ଏଣିକି ପ୍ରତିମାସରେ ସମସ୍ତ ଫର୍ମାଟରେ ଭଲ ପ୍ରଦର୍ଶନ କରୁଥିବା କ୍ରିକେଟରଙ୍କୁ ମିଳିବ ପ୍ଲେୟାର ଅଫ ଦ ମନ୍ଥ(ମାସରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି) ପୁରସ୍କାର। ଉଭୟ ପୁରୁଷ ଓ ମହିଳା ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହାକୁ ନେଇ ଆଇସିସି ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି।

  • ICC announces ‘Player of the Month’ awards 🎉

    Fans can have their say, alongside an expert panel!

    Register on the ICC website to vote on the first of each month 🗳️

    More 👇https://t.co/npYRT102dd

    — ICC (@ICC) January 27, 2021 " class="align-text-top noRightClick twitterSection" data=" ">

ପ୍ଲେୟାର ଅଫ ଦ ମନ୍ଥ ପାଇଁ ଅନଲାଇନରେ ଭୋଟିଂ ହେବ। ଫ୍ୟାନ୍ସଙ୍କ ଭୋଟିଂ ଆଧାରରେ ପ୍ଲେୟାର ଅଫ ଦ ମନ୍ଥ ଚୟନ କରାଯିବ। ଏହାଛଡ଼ା ଆଇସିସି ପକ୍ଷରୁ ଏଥିପାଇଁ ଏକ ସ୍ବତନ୍ତ୍ର ଭୋଟିଂ ଏକାଡେମୀ ମଧ୍ୟ ଖୋଲାଯିବ। ଏହି ଏକାଡେମୀରେ ପୂର୍ବତନ କ୍ରିକେଟର, ପ୍ରସାରଣ ସଂସ୍ଥା ଓ କ୍ରୀଡ଼ା ସାମ୍ବାଦିକ ସାମିଲ ରହିବେ ବୋଲି ସୂଚନା ଦେଇଛି ଆଇସିସି। ଭୋଟିଂ ଏକାଡେମୀର ସଦସ୍ୟ ଇ-ମେଲ ମାଧ୍ୟମରେ ଭୋଟ ଦେବେ।

ତେବେ ଜାନୁଆରୀ ମାସର ଶ୍ରେଷ୍ଠ ଖେଳାଳିଙ୍କ ଦୌଡରେ ଭାରତୀୟ ବୋଲର ମହମ୍ମଦ ସିରାଜ, ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ୱିକେଟ ରକ୍ଷକ ଋଷଭ ପନ୍ତ, ଟି ନଟରାଜନ ରହିଛନ୍ତି । ଏହି ସମସ୍ତ ଖେଳାଳି ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେପଟେ ଇଂଲଣ୍ଡ ଅଧିନାୟକ ଜୋ ରୁଟ, ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ, ଆଫଗାନିସ୍ତାନର ରେହମାନୁଲ୍ଲହା ଗୁରବାଜ, ଦକ୍ଷିଣ ଆଫ୍ରିକାର ମାରିଜାନ କାପ ଓ ନାଦିନ ଡେ କ୍ଲାର୍କ ଓ ପାକିସ୍ତାନର ନିଦା ଡାର ମଧ୍ୟ ଆଇସିସିର ପ୍ଲେୟାର ଅଫ ଦ ମନ୍ଥ ଦୌଡ଼ରେ ସାମିଲ ଅଛନ୍ତି।

ଆଇସିସି ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, ପ୍ରଶଂସକଙ୍କୁ ପ୍ରତି ମାସରେ ଅନଲାଇନ ଭୋଟିଂ ପାଇଁ ଆମନ୍ତ୍ରଣ କରାଯାଇଛି ।

ଆଇସିସିର ପୁରସ୍କାର ନାମାଙ୍କାନ କମିଟି ପ୍ରତ୍ୟେକ ବର୍ଗ ପାଇଁ ତିନି ଜଣ ଖେଳାଳିଙ୍କୁ ବାଛିବ। ପରେ ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ଖେଳାଳିଙ୍କୁ ବଛା ଯିବ। ପ୍ରତ୍ୟେକ ମାସର ଦ୍ବିତୀୟ ସୋମବାର ଦିନ ଏହି ପ୍ଲେୟାର ଅଫ ଦ ମନ୍ଥ ଖେଳାଳିଙ୍କ ନାମ ଘୋଷଣା ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.