ETV Bharat / sports

ଆଇସିସି ଚେୟାରମ୍ୟାନ ନିର୍ବାଚନ: ମେ 26ରୁ ପ୍ରକ୍ରିୟା ଆରମ୍ଭ ସମ୍ଭାବନା

author img

By

Published : May 23, 2020, 3:31 PM IST

ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ମୁଖ୍ୟ ପଦ ନେଇ ବଢିଲାଣି ନିର୍ବାଚନ ଉଷ୍ମତା । ଏନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି ।

ICC Nominations Committee to formalise chairman election procedure on May 26
ଆଇସିସି ଚେୟାରମ୍ୟାନ ନିର୍ବାଚନ: ମେ 26ରୁ ପ୍ରକ୍ରିୟା ଆରମ୍ଭ ସମ୍ଭାବନା

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ମୁଖ୍ୟ ପଦ ନେଇ ବଢିଲାଣି ନିର୍ବାଚନ ଉଷ୍ମତା । ଏନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ମନୋନୟନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ମେ 26ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ବୈଠକରେ ନିର୍ବାଚନ ପ୍ରକ୍ରିୟାର ଆନୁଷ୍ଠାନିକ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି । ବିସିସିଆଇର ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲିଙ୍କ ନାମ ଆଇସିସି ଚେୟାରମ୍ୟାନ ପାଇଁ ଚର୍ଚ୍ଚାରେ ରହିଛି ।

ବର୍ତ୍ତମାନ ଆଇସିସିର ଚେୟାରମ୍ୟାନ ପଦରେ ବିସିସିଆଇର ପୂର୍ବତନ ସଭାପତି ଶଶାଙ୍କ ମନୋହର ରହିଛନ୍ତି । ତାଙ୍କର କାର୍ଯ୍ୟକାଳ ଜୁନରେ ଶେଷ ହେଥିବାବେଳେ, କୋରୋନା ଭାଇରସ ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ସେଥିପାଇଁ ଅଗଷ୍ଟ ପର୍ଯ୍ୟନ୍ତ ଦାୟିତ୍ବରେ ରହିବାକୁ ମନୋହର ରାଜି ହୋଇଛନ୍ତି ।

ସୂଚନା ଅନୁଯାୟୀ ପ୍ରାୟ 90ଜଣ ପୂର୍ବତନ ଆଇସିସି ନିର୍ଦ୍ଦେଶକ ଗୁପ୍ତ ଭାବେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନରେ ପ୍ରସ୍ତାବ ରଖିବେ । ଏହାପରେ ଆଇସିସି ବୋର୍ଡର ଚୁଡାନ୍ତ ଚୟନ କମିଟିକୁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପଠାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.