ETV Bharat / sports

ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଟିମର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି - କ୍ୟାପଟେନ ବିରାଟ କୋହଲି

ICC Men's ODI Team of the Decade
ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଟିମର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି
author img

By

Published : Dec 27, 2020, 2:54 PM IST

Updated : Dec 27, 2020, 3:59 PM IST

14:43 December 27

ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଟିମର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି

ହାଇଦ୍ରାବାଦ: ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଟିମର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି । ଆଇସିସି ଆୱାର୍ଡ ପାଇଁ ରବିବାର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଟିମ ଘୋଷଣା ହୋଇଛି । ଘୋଷିତ ଟିମରେ ସର୍ବାଧିକ 3 ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି, ବର୍ତ୍ତମାନର କ୍ୟାପଟେନ ବିରାଟ କୋହଲି ଓ ଓପନର ଭାବେ ରୋହିତ ଶର୍ମା ସ୍ଥାନ ପାଇଛନ୍ତି ।  

ଘୋଷିତ ଟିମରେ ରୋହିତ ଶର୍ମାଙ୍କ ସହ ଅଷ୍ଟ୍ରେଲୀୟ ବାମହାତୀ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କୁ ଓପନର ଭାବେ ଚୟନ କରାଯାଇଛି । 3 ନଂ ସ୍ଥାନରେ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ନାମ ରହିଛି । 

4ନଂ ସ୍ଥାନରେ ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ରହିଛନ୍ତି । ଅଲରାଉଣ୍ଡର ଭାବେ ବାଂଲାଦେଶର ସାକିବ ଅଲ ହାସନ, ଓ ଇଂଲଣ୍ଡର ବେନ ଷ୍ଟୋକ୍ସ ରହିଛନ୍ତି । ପରେ ଦ୍ରୁତ ବୋଲର ଭାବେ ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ), ଟ୍ରେଣ୍ଟ ବୋଲ୍ଟ(ନ୍ୟୁଜିଲାଣ୍ଡ), ଓ ଲସିଥ ମାଲିଙ୍ଗା(ଶ୍ରୀଲଙ୍କା) ରହିଛନ୍ତି । ଏକମାତ୍ର ସ୍ପିନର ଭାବେ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ରହିଛନ୍ତି ।   

ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଟିମ: ମହେନ୍ଦ୍ର ସିଂହ ଧୋନି(ଅଧିନାୟକ), ରୋହିତ ଶର୍ମା, ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ , ସାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲସିଥ ମାଲିଙ୍ଗା । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2020, 3:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.