ETV Bharat / sports

ବିଶ୍ବକପରେ ବର୍ଷା: ଧୋଇ ଯାଇଥିଲା ଆଇସିସିର ଏହି 5ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ - ICC events

କେବଳ ବିଶ୍ବକପ ନୂହେଁ ଆଇସିସିର ଏମିତି କିଛି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ରହିଛି, ଯାହା ବର୍ଷା ଯୋଗୁଁ ବାତିଲ ହୋଇଛି । ତେବେ ନଜର ପକାନ୍ତୁ, ବର୍ଷା ଯୋଗୁଁ ବାତିଲ ହୋଇଥିବା ଆଇସିସି ମ୍ୟାଚକୁ ନେଇ ଆମର ଏହି ସ୍ପେସାଲ ରିପୋର୍ଟ ଉପରେ ।

ଡିଜାଇନ ଫଟୋ
author img

By

Published : Jun 14, 2019, 2:45 PM IST

ହାଇଦ୍ରାବାଦ: ଚଳିତ ସିଜିନରେ "ବିଶ୍ବକପରେ ବର୍ଷା"ର ଚିତ୍ର ସବୁଠାରୁ ଅଧିକ । ଏଯାବତ୍‌ ଧୋଇଗଲାଣି 4ଟି ମ୍ୟାଚ । ଗୁରୁବାର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ପଏଣ୍ଟ ଭାଗ କରାଯାଇଛି । ମାତ୍ର ଏହି ଭାଗ ପଏଣ୍ଟ ପାଇଁ ଭାରତକୁ କ୍ଷତି ପହଁଚିଥିବା ବେଳେ କ୍ରିକେଟ ପ୍ରେମୀ ମଧ୍ୟ ନିରାଶ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଆଇସିସିକୁ ଟ୍ରୋଲ କରାଯାଉଛି । "ସେମ୍‌ ଅନ ଆଇସିସି" ଟ୍ବିଟରରେ ଟ୍ରେଣ୍ଡ କରୁଛି ।

ଯଦିଓ "ବିଶ୍ବକପରେ ବର୍ଷା"ର ଚିତ୍ର ଚଳିତ ସିଜନରେ ଅଧିକ ରହିଛି । ମାତ୍ର କେବଳ ବିଶ୍ବକପ ନୂହେଁ ଆଇସିସିର ଏମିତି କିଛି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ରହିଛି, ଯାହା ବର୍ଷା ଯୋଗୁଁ ବାତିଲ ହୋଇଛି । ଆସନ୍ତୁ ନଜର ପକାଇବା, ବର୍ଷା ଯୋଗୁଁ ବାତିଲ ହୋଇଥିବା ଆଇସିସିର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଗୁଡିକ ଉପରେ ।

1992 ବିଶ୍ବକପ-

କ୍ରିକେଟ ଇତିହାସର ଚର୍ଚ୍ଚିତ ବିଶ୍ବକପ । ଇଂଲଣ୍ଡକୁ ହରାଇ ଟ୍ରଫି ଟେକିଥିଲା ପାକିସ୍ତାନ । ଏକଥା ଇତିହାସ ପୃଷ୍ଠାରେ ଲେଖା ହୋଇରହିଛି । କିନ୍ତୁ ଅନଲକି ସାବ୍ୟସ୍ତ ହୋଇଥିବା ଦକ୍ଷିଣ ଆଫ୍ରିକା ପାଇଁ କଣ ଘଟିଥିଲା । ତାହା ପ୍ରାୟ ସମସ୍ତେ ଭୁଲି ଯାଇଥିବେ ।

ସେମିଫାଇନାଲରେ 13 ବଲରେ ଦକ୍ଷିଣ ଆଫ୍ରିକାକୁ ଦରକାର ଥିଲା 22ରନ । ମାତ୍ର 12 ମିନିଟର ବର୍ଷା ବଦଳାଇ ଦେଲା ସବୁ କିଛି । ବର୍ଷା ପରେ ଖେଳ ହେଲା । କିନ୍ତୁ ସବୁ ଓଲଟ ପଲାଟ ହୋଇ 1 ବଲରେ 22ରନ ରହିଗଲା । ଗୋଟିଏ ବଲରେ ଗୋଟିଏ ରନ କରି 21ରନରେ ସେମିଫାଇନାଲ ହାରିଲା ଦକ୍ଷିଣ ଆଫ୍ରିକା । ତେଣୁ ବର୍ଷା ଛଡାଇ ନେଲା ଦକ୍ଷିଆ ଆଫ୍ରିକାର ବିଶ୍ବକପ ଫାଇନାଲ ଟିକେଟ ।

icc
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

2002 ଚାମ୍ପିଅନ୍ସ ଟ୍ରଫି- ( 110.4 ଓଭରର ଖେଳ, କିନ୍ତୁ ଫଳାଫଳ ଶୂନ )

2002 ଚାମ୍ପିଅନ୍ସ ଟ୍ରଫିରେ ଦୁଇ ଦିନରେ ଦୁଇ ଫାଇନାଲ ଖେଳାଯାଇଥିଲା । ଦୁଇଟି ଫାଇନାଲରେ ଦୁଇ ଜଣେ ବିଜେତା ନିର୍ଦ୍ଧାରଣ ହୋଇଥିଲେ ! ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଫାଇନାଲ ଖେଳାଯାଇଥିଲା । ପ୍ରଥମ ଦିନରେ ବର୍ଷା ହେବାରୁ 2ୟ ଦିନ ଖେଳ ହୋଇଥିଲା । ମାତ୍ର 2ୟ ଦିନରେ ମଧ୍ୟ ଖେଳ ଅଧାରୁ ବର୍ଷା ହେବା ଫଳରେ ମ୍ୟାଚ ବାତିଲ କରାଯାଇଥିଲା । ଫଳରେ ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟ୍ରଫି ଭାଗ ହୋଇଥିଲା ।

icc
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

2007 ବିଶ୍ବକପ ଫାଇନାଲ-

ବିଶ୍ବକପ ଇତିହାସରେ ଏକ ଅଜବ ଫାଇନାଲ ଥିଲା । ନା ଏଠି ବର୍ଷା ହୋଇଥିଲା ନା ମ୍ୟାଚ ଶେଷ ହୋଇଥିଲା । "ଡକ୍‌ୱାର୍ଥ ଲ" ଜରିଆରେ 4ର୍ଥ ଥର ପାଇଁ ବିଶ୍ବବିଜେତା ହୋଇଥିଲା ଅଷ୍ଟ୍ରେଲିଆ । ମେଘୁଆ ପାଗ ରହିବାରୁ ଆଲୋକ କମ ହୋଇଥିଲା । ଫଳରେ ଖେଳକୁ ଅଧାରେର ରଖିବାକୁ ପଡିଥିଲା । ଏହି ଫାଇନାଲ ମ୍ୟାଚରେ 37ରନରେ ମ୍ୟାଚ ବିଜୟୀ ହୋଇଥିଲା କଙ୍ଗାରୁ ଦଳ ।

icc
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

2013 ଚାମ୍ପିଅନ୍ସ ଟ୍ରଫି-

ବର୍ମିଂହାମରେ ଖେଳାଯାଇଥିଲା ମ୍ୟାଚ । ବର୍ଷା ଯୋଗୁଁ ମ୍ୟାଚ 6 ଘଣ୍ଟା ବିଳମ୍ବ ହୋଇଥିଲା । ଅନ୍ୟପକ୍ଷେ "ରିଜର୍ଭ ଡେ"ର ଯୋଜନା ନଥିବାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟ୍ରଫି ସେୟାର କରିବାକୁ ଯୋଜନା ହୋଇଥିଲା । ମାତ୍ର ଶେଷ ମୁହୁର୍ତ୍ତରେ ବର୍ଷା ବନ୍ଦ ହେବାରୁ ମ୍ୟାଚକୁ 20 ଓଭର ବିଶିଷ୍ଟ କରାଯାଇଥିଲା । ଯେଉଁଠି ଭାରତ 5ରନରେ ମ୍ୟାଚକୁ ଜିତି ନେଇଥିଲା । ଆଉ ସମ୍ପୂର୍ଣ୍ଣ ଟ୍ରଫି ଉପରେ ଅଧିକାର ଜାହିର କରିଥିଲା ।

2017 ଚାମ୍ପିଅନ୍ସ ଟ୍ରଫି-

ଏହି ସିଜନରେ ଇଂଲଣ୍ଡ ପାଣିପାଗ କଙ୍ଗାରୁ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରି ଦେଇଥିଲା । ବାଂଲାଦେଶ ବିପକ୍ଷ ମ୍ୟାଚରେ 183ରନ ଟାର୍ଗେଟକୁ ପିଛା କରୁଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ଇଂନିସର 83/1 ରନ ବେଳକୁ ବର୍ଷା ଆରମ୍ଭ ହୋଇଯାଇଥିଲା । ଫଳରେ "ଡକ୍‌ୱାର୍ଥ ଲ" ଅନୁସାରେ ମ୍ୟାଚରେ ପରାଜୟ ବରଣ କରିଥିଲା କଙ୍ଗାରୁ ଦଳ । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା ଅଷ୍ଟ୍ରେଲିଆ । କାରଣ ପୂର୍ବରୁ ଦଳ ଇଂଲଣ୍ଡଠାରୁ ମଧ୍ୟ ମ୍ୟାଚ ହାରିସାରିଥିଲା ଦଳ ।

icc
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏଠାରେ ଆଇସିସି ପାଇଁ ଗୋଟିଏ ପ୍ରଶ୍ନ ଉଠୁଛି । ପୂର୍ବରୁ ଏଭଳି କାଣ୍ଡ ଘଟି ସାରିଥିବା ବେଳେ କାହିଁକି ଆଇସିସି ଚଳିତ ବିଶ୍ବକପ ପାଇଁ ରିଜର୍ଭ ଡେ ସ୍ଥିର କରି ନଥିଲା ? ଏତେ ବଡ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଇଂଲଣ୍ଡ ପାଣିପାଗ ବିଷୟରେ କଣ ପାଇଁ ତର୍ଜମା କରାଯାଇ ନଥିଲା ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

dhdhd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.