ହାଇଦ୍ରାବାଦ: କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ଆଇସିସି ନିଜ ୱେବସାଇଟରେ ବାମବାତୀ ବ୍ୟାଟ୍ସମ୍ୟାନ ଦର୍ଶାଇଛି । ଆଇସିସି ହଲ ଅଫ ପେଜ୍ରେ ଦ୍ରାବିଡଙ୍କ କ୍ରିକେଟ କ୍ୟାରିୟର ଓ ପରିଚୟ ଲେଖାଯାଇଛି । ଏଥିରେ ଆଇସିସି ଭୁଲବଶତଃ ଭାରତୀୟ କ୍ରିକେଟର ଏହି ମହାନ ଖେଳାଳିଙ୍କୁ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ବୋଲି ଲେଖିଛି ।
କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଏହି ତ୍ରୁଟି ପାଇଁ ସାଧାରଣରେ ଏହାକୁ ନାପସନ୍ଦ କରାଯାଇଛି । ସୋସିଆଲ ମିଡିଆରେ ଏହାକୁ ନେଇ ଆଇସିସିକୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । 2018ରେ ପୂର୍ବତନ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ରାହୁଲ ଦ୍ରାବିଡଙ୍କୁ ଆଇସିସି ହଲ ଅଲ ଅଫ ଫେମରେ ସମ୍ମାନିତ କରାଯାଇଥିଲା । ଦ୍ରାବିଡ 5ମ ଭାରତୀୟ ଭାବେ ଏହି ଏଲିଟ ଲିଷ୍ଟରେ ସ୍ଥାନ ପାଇଥିଲେ ।
ଦ୍ରାବିଡ ଭାରତ ପକ୍ଷରୁ 1996ରୁ 2012 ମଧ୍ୟରେ 164 ଟି ଟେଷ୍ଟ, 344 ଦିନିକିଆ ଖେଳିଛନ୍ତି । ଏଥିସହିତ ମୋଟ 24,177 ରନ ରହିଛି ଏହି ମହାନ ଭାରତୀୟ କ୍ରିକେଟରଙ୍କ ନାମରେ ।