ETV Bharat / sports

ଅକିଲ ଧନଞ୍ଜୟଙ୍କୁ ମିଳିଲା ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ ଅନୁମତି - akila dananjaya

ଶ୍ରୀଲଙ୍କାର ସ୍ପିନର ଅକିଲ ଧନଞ୍ଜୟଙ୍କ ବୋଲିଂ ଶୈଳୀକୁ ମିଳିଛି ଆଇସିସିର ସବୁଜ ସଙ୍କେତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

good-news-for-srilanka-cricketer-fans-icc-allows-akila-dananjaya-to-bowl-in-international-cricket-doc-title-chk
ଶ୍ରୀଲଙ୍କାର ସ୍ପିନର ଅକିଲ ଧନଞ୍ଜୟଙ୍କ ବୋଲିଂ ଶୈଳୀକୁ ମିଳିଛି ଆଇସିସିର ସବୁଜ ସଙ୍କେତ
author img

By

Published : Jan 9, 2021, 10:04 PM IST

ଦୁବାଇ: ଶ୍ରୀଲଙ୍କା ସ୍ପିନର ଅକିଲ ଧନଞ୍ଜୟଙ୍କ ବୋଲିଂ ଶୈଳୀକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କର ବୋଲିଂ ଶୈଳୀକୁ ନେଇ 2019ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହୋଇଥିବା ଟେଷ୍ଟ ମ୍ୟାଚ ବେଳେ ଅଭିଯୋଗ କରାଯାଇଥିଲା । ଏହାପରେ ତାଙ୍କୁ ବର୍ଷକ ପାଇଁ ବ୍ୟାନ କରାଯାଇଥିଲା । ତେବେ ଗତ ଶୁକ୍ରବାର ଦିନ ଆଇସିସି ଧନଞ୍ଜୟଙ୍କ ବୋଲିଂ ଶୈଳୀକୁ ସ୍ବୀକୃତି ଦେଇଛି ।

ସନ୍ଦିଗ୍ଧ ବୋଲିଂ ଶୈଳୀକୁ ସୁଧାର କରିବା ଓ ଏହାର ପୁନଃ ମୂଲ୍ୟାଙ୍କନ ପରେ ତାଙ୍କୁ ଇଣ୍ଟରନ୍ୟାସନାଲ କ୍ରିକେଟରେ ବୋଲିଂ ପାଇଁ ଅନୁମତି ମିଳିଛି ।

ଆଇସିସି କହିଛି ଯେ, ଗୋଟିଏ ବିଶେଷଜ୍ଞ ପ୍ୟାନେଲ ଶ୍ରୀଲଙ୍କା କ୍ରିକେଟ ଦ୍ବାରା ଉପସ୍ଥାପିତ କରାଯାଇଥିବା ଧନଞ୍ଜୟଙ୍କ ବୋଲିଂ ଆକ୍ସନର ଫୁଟେଜ ଦେଖିଛି । କୋରୋନା କାରଣରୁ ଆଇସିସି ମାନ୍ୟତା ପ୍ରାପ୍ତ କେନ୍ଦ୍ର ଠାରେ ଆକଳନ କରିବା ସମ୍ଭବ ନଥିଲା ।

ଏହାପରେ ପ୍ୟାନେଲ ନିଷ୍କର୍ସ ବାହାର କରିଛି । ଧନଞ୍ଜୟଙ୍କ ବୋଲିଂ ଆକ୍ସନରେ କହୁଣୀର ରୋଟେସନ ଅର୍ଥାତ୍ ଘୁର୍ଣ୍ଣନ 15 ଡିଗ୍ରୀ ମଧ୍ୟରେ ରହିଥିଲା । ଯାହା ଆଇସିସି ବୋଲିଂ ନିୟମ ଅନ୍ତର୍ଗତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.