ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟରଙ୍କୁ ସାହା ହେଲା ଭାରତୀୟ କ୍ରିକେଟର୍ସ ଆସୋସିଏସନ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପେନସନ ପାଉନଥିବା ଓ ଅନ୍ୟ କୌଣସି ରୋଜଗାରର ପନ୍ଥା ନଥିବା ପୂର୍ବତନ କ୍ରିକେଟରଙ୍କୁ 57 ଲକ୍ଷର ଆର୍ଥିକ ସହାୟତା ପ୍ରଦାନ କରିଛି ଆଇସିଏ ।
ସହାୟତା ପାଇଁ ଆଇସିଏ ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ମିଶାଇ ମୋଟ 52 ଆବେଦନ ଗ୍ରହଣ କରିଥିଲା । ସେଥିମଧ୍ୟରୁ 5 ଜଣିଆ ବୋର୍ଡ ନିର୍ଦ୍ଦେଶକ ସଦସ୍ୟ 36ଜଣ କ୍ରିକେଟରଙ୍କୁ ସହାୟତାର ଆବଶ୍ୟକତା ଥିବା ଅନୁଭବ କରିଥିଲେ ।
ବାର୍ଷିକ ଆୟ ଅନୁପାତରେ 20ଜଣ କ୍ରିକେଟରଙ୍କୁ 1ଲକ୍ଷ, ଓ ଅନ୍ୟମାନଙ୍କୁ ଯଥାକ୍ରମେ 80,000 ଓ 60,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏନେଇ ଆଇସିଏ ମୁଖ୍ୟ ଅଶୋକ ମାଲହୋତ୍ରା ସୂଚନା ଦେଇଛନ୍ତି ।