ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ 5 ମାସ ପରେ ପଡିଆକୁ ଓହ୍ଲାଇଛନ୍ତି । ଶନିବାରଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି ଆଇପିଏଲ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଧିନାୟକ ବିରାଟ କୋହଲି । ତେବେ ନେଟ୍ସ ସେସନ ପରେ ସେ ଭୟବୀତ ଥିବା କହିଛନ୍ତି ।
କୋରୋନା ମହାମାରୀ ପାଇଁ ସ୍ଥଗିତ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ ଚଳିତ ଥର ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି । 7 ଫ୍ରାଞ୍ଚାଇଜର ସମସ୍ତ ଖେଳାଳିମାନେ ସେଠାରେ ପହଁଚି କ୍ବାରେଣ୍ଟାଇନରେ ରହିବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଶନିବାର ଆରସିବି ଅଭ୍ୟାସ କ୍ୟାମ୍ପରେ ବିରାଟଙ୍କ ସହ ଯୋଗ ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପେସର ଡେଲ୍ ଷ୍ଟେନ୍ ଏବଂ ଆରସିବି ଦଳର ନିର୍ଦ୍ଦେଶକ ମାଇକ୍ ହେସନ୍ ।
ତେବେ ଆରସିବିର ୱେବସାଇଟରେ ପ୍ରକାଶ ପାଇଥିବା କୋହଲିଙ୍କ ପ୍ରତିକ୍ରିୟା, ‘‘ଏହା ଆଶା କରାଯାଉଥିବା ଠାରୁ ବହୁତ ଭଲ ଥିଲା । ସତ କହିବାକୁ ଗଲେ ମୁଁ ଟିକେ ଭୟବିତ ଥିଲି । ମୁଁ 5 ମାସ ପର୍ଯ୍ୟନ୍ତ ବ୍ୟାଟ୍ ଉଠାଇ ନଥିଲି । କିନ୍ତୁ ହଁ, ମୋ ଭାବନଠାରୁ ଅଭ୍ୟାସ ସିଜିନ ଅଧିକ ଭଲ ଥିଲା । ’’
ଗତ ବର୍ଷ ଆଇପିଏଲରେ ଆରସିବି ପାଇଁ ସର୍ବାଧିକ ରନ୍ ହାସଲ କରିଥିବା 31 ବର୍ଷୀୟ ଖେଳାଳି କହିଛନ୍ତି ଯେ ଲକଡାଉନ ସମୟରେ ଫିଟ୍ ରହିବା ତାଙ୍କୁ ନେଟ୍ସ ସେସନରେ ସାହାଯ୍ୟ କରିଛି । ତାଙ୍କ ଫିଟନେସ ହିଁ ଦୀର୍ଘ ସମୟ ପରେ ତାଙ୍କ ଅଭ୍ୟାସ ଆରମ୍ଭ କରିବାରେ ସାହାଯ୍ୟ କରିଛି ।