ETV Bharat / sports

ଧୋନି-ରାଇନାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲେ ଯୁବରାଜ

ରବିବାର ପୂର୍ବତନ ଖେଳାଳି ଯୁବରାଜ ସିଂ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା ସ୍ପଷ୍ଟ ବାରି ହେଉଛି ଯେ, ରାଇନ-ଧୋନିଙ୍କ ଉପରେ ଖପ୍ପା ଅଛନ୍ତି ଯୁବି ।

i-think-mahi-really-backed-raina-yuvraj
ଧୋନି-ରାଇନାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲେ ଯୁବରାଜ
author img

By

Published : Apr 19, 2020, 5:39 PM IST

ନୂଆଦିଲ୍ଲୀ: ଧୋନିଙ୍କ ଦୁଇ ଅସ୍ତ୍ର କୁହାଯାଉଥିବା ଯୁବରାଜ ସିଂ ଓ ସୁରେଶ ରାଇନଙ୍କ ମଧ୍ୟରେ ଫାଟ । 2011 ବିଶ୍ବକପ ବିଜୟୀ ଦଳରେ ପୂର୍ବତନ ଅଧିନାୟକଙ୍କ ଦୁଇ ଅସ୍ତ୍ର ଥିଲେ ଏହି ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ । ମାତ୍ର ରବିବାର ପୂର୍ବତନ ଖେଳାଳି ଯୁବରାଜ ସିଂ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା ସ୍ପଷ୍ଟ ବାରି ହେଉଛି ଯେ, ରାଇନ-ଧୋନିଙ୍କ ଉପରେ ଖପ୍ପା ଅଛନ୍ତି ଯୁବି ।

ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ କହିଛନ୍ତି ଯେ, ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଜଣେ ଏମିତି ଖେଳାଳି ଯାହାଙ୍କୁ ମହେନ୍ଦ୍ର ସିଂ ଧୋନି ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ବହୁତ ସମର୍ଥନ କରିଥିଲେ । ଯୁବରାଜ ଶ୍ରୀଲଙ୍କା ବିପକ୍ଷରେ ଫାଇନାଲ ପୂର୍ବରୁ ରାଇନା ଏବଂ ୟୁସୁଫ ପଠାନଙ୍କ ମଧ୍ୟରେ ଚୟନ ଦ୍ବନ୍ଦ୍ବ ବିଷୟରେ କହିଥିଲେ, ‘‘ସେତେବେଳେ ସୁରେଶ ରାଇନାଙ୍କର ବେଶ ଫ୍ୟାନ ଫଲୋଇଂ ରହିଥିଲା । କାରଣ ତାଙ୍କ ପଛରେ ସବୁ ସମୟରେ ଧୋନିଙ୍କ ସମର୍ଥନ ଥିଲା । ପ୍ରତ୍ୟେକ ଅଧିନାୟକଙ୍କ ଦଳରେ ଜଣେ ଜଣେ ପ୍ରିୟ ଖେଳାଳିଥାନ୍ତି । ମୋତେ ଲାଗଛି ରାଇନାଙ୍କ ଦଳରେ ଲଗାତର ସ୍ଥାନ ପାଇବା ପଛରେ ଧୋନିଙ୍କ ସମର୍ଥନ ରହିଛି । ’’

ସେ ଆହୁରୀ କହିଛନ୍ତି ‘‘ ୟୁସୁଫ ପଠାନ ମଧ୍ୟ ସେତେବେଳେ ଭଲ ପ୍ରଦର୍ଶନ କରୁଥିଲେ ଏବଂ ମୁଁ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲି ଏବଂ ୱିକେଟ୍ ମଧ୍ୟ ନେଉଥିଲି । କିନ୍ତୁ ରାଇନା ସେତେବେଳେ ଭଲ ଫର୍ମରେ ନଥିଲେ । ସେତେବେଳେ ସେମାନଙ୍କର ବାମହାତୀ ସ୍ପିନର ନଥିଲେ ଏବଂ ମୁଁ ୱିକେଟ୍ ନେଉଥିଲି ତେଣୁ ସେମାନେ ତାଙ୍କ ପାଖରେ କୌଣସି ବିକଳ୍ପ ନଥିଲା । ’’

ସୂଚନାଥାଉ କି, ଧୋନି ଦଳର ଅଧିନାୟକ ଭାବରେ ଥିବା ସମୟରେ ରାଇନା ଭାରତୀୟ ଦଳରେ ଜଣେ ନିୟମିତ ଖେଳାଳି ଥିଲେ । କିନ୍ତୁ ବିରାଟ କୋହଲି ଜାନୁଆରୀ 2017 ରେ ଅଧିନାୟକ ପଦ ପାଇଲା ପରେ ତାଙ୍କ ଅନ୍ତର୍ଜାତୀୟ ଦଳରେ ଚୟନ କମ ହୋଇଯାଇଛି । ରାଇନାଙ୍କ ଶେଷ ପ୍ରଦର୍ଶନ ଜୁଲାଇ 2018 ରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଥିଲା । ସେହିପରି ତାଙ୍କ ଶେଷ ଟେଷ୍ଟ୍ 2014/15 ଅଷ୍ଟ୍ରେଲିଆ ବିପକ୍ଷରେ ଥିଲା ​​| ଯେଉଁଥିରେ ଧୋନି ଦୀର୍ଘତମ ଫର୍ମାଟରୁ ଅବସର ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.