ହାଇଦ୍ରାବାଦ: 'ଭାରତୀୟ ଦଳର କ୍ୟାପ ମିଳିଛି ଓ ମୁଁ ଦେଶ ପାଇଁ ଖେଳିବି ବିଶ୍ବାସ ହେଉନଥିଲା' କହିଛନ୍ତି ଟିମ ଇଣ୍ଡିଆରେ ଡେବ୍ୟୁ କରିଥିବା ବୋଲର ନବଦୀପ ସାଇନି ।
ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-20 ମୁକାବିଲାରେ ଏହି ଯୁବ ବୋଲର ପ୍ରଥମ ଥର ପାଇଁ ଭାରତୀୟ ଜର୍ସି ପିନ୍ଧି ପଡିଆକୁ ଆସିଥିଲେ । ତେବେ ପ୍ରଥମରୁ ହିଁ ସାଇନ ସୋ ହିଟ ରହିଥିଲା । ଦମଦାର ଓ ଅବିଶ୍ବସନୀୟ ବୋଲିଂ କରି 4 ଓଭରରେ ମାତ୍ର 17 ରନ ବ୍ୟୟ କରି 3ଟି ୱିକେଟ ହାତେଇଥିଲେ ସାଇନି ।
26 ବର୍ଷୀୟ ସାଇନି ଟି-20 କ୍ରିକେଟରେ ଶେଷ ଅର୍ଥାତ 20ତମ ଓଭର ୱିକେଟ ମେଡେନ ବୋଲିଂ କରି ନିଆରା ରେକର୍ଡ କରିଥିଲେ । ଏହାସହ ପ୍ରଥମ ମ୍ୟାଚରେ ହିଁ ଜବରଦସ୍ତ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ହୋଇଥିଲେ । ସାଇନି ଗୋଟିଏ ସମୟରେ ଲଗାତାର 2ଟି ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରି ହାଟ୍ରିକ ସ୍ଥିତିରେ ଥିଲେ । ଭାରତ ଏହି ମ୍ୟାଚରେ 4ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଛି ।