ETV Bharat / sports

ଖୁବ୍ ଦୃଢତାର ସହ କୋରୋନା ମୁକାବିଲା କରିପାରିବି: ଧୱନ - ଶିଖର ଧୱନଙ୍କ ପ୍ରତିକ୍ରିୟା

ଆଇପିଏଲ ପୂର୍ବରୁ ଶିଖର ଧୱନଙ୍କ ପ୍ରତିକ୍ରିୟା । କହିଲେ ମତେ କୋରୋନା ସଂକ୍ରମଣ ହେବାର ଭୟ ନାହିଁ କାରଣ ମୁଁ ଜାଣେ ମୁଁ ଏହାସହ ମୁକାବିଲା କରିପାରିବି । ଅଧିକ ପଢ଼ନ୍ତୁ...

I can get the disease, i can fight corona,  shikhar dhawan ahead of IPL 2020,  IPL 2020, shikhar dhawan, ଶିଖର ଧୱନଙ୍କ ପ୍ରତିକ୍ରିୟା, କୋରୋନା ସହ କରି ପାରିବି ମୁକାବିଲା
କରି ପାରିବି କୋରୋନା ସହ ମୁକାବିଲା: ଧୱନ
author img

By

Published : Sep 7, 2020, 12:57 PM IST

ଦୁବାଇ: ଆଇପିଏଲ 2020ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଭାରତୀୟ ଓପନର ଶିଖର ଧୱନ କହିଛନ୍ତି ଯେ ସେ କୋଭିଡ-19 ଦ୍ବାରା ସଂକ୍ରମିତ ହୋଇଗଲେ ମଧ୍ୟ ମାରାତ୍ମକ ଭାଇରସ ସହ ମୁକାବିଲା କରିପାରିବେ । ତାଙ୍କ ଶରୀର ଉପରେ ତାଙ୍କର ଖୁବ ବିଶ୍ବାସ ଅଛି ବୋଲି କହିଛନ୍ତି ଧୱନ । ମହାମାରୀ ଯୋଗୁଁ ସେ କେବେ କ୍ରିକେଟକୁ ଫେରିପାରିବେ ନାହିଁ ବୋଲି ଭୟ କରିଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଧୱନ କହିଛନ୍ତି: “ମୋର ଶରୀର ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି, ଖେଳିବା ବିଷୟରେ କେବେ ବି ଭୟଭୀତ ନଥିଲି। ମୁଁ ଜାଣେ ମୁଁ ଯଦି ଏହି ରୋଗରେ ସଂକ୍ରମିତ ବି ହୁଏ ମୁଁ ଏହାର ମୁକାବିଲା କରିପାରିବି।”

ବାମହାତୀ ବ୍ୟାଟ୍ସମ୍ୟାନ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ଖେଳାଳି ବିସିସିଆଇ ଏବଂ ସମ୍ପୃକ୍ତ ଫ୍ରାଞ୍ଚାଇଜ ଦ୍ବାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରୁଛନ୍ତି। ଧୱନ କହିଛନ୍ତି ଯେ, ‘‘ଆମେ ନିଶ୍ଚିତ ଭାବରେ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରୁଛୁ । ଏହାସହ ପ୍ରାୟ 8-9 ଥର କୋଭିଡ ପରୀକ୍ଷା ଦେଇଛୁ।’’

ଏହି କଠିନ ସମୟରେ ଆଇପିଏଲ ଭଳି ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ବିସିସିଆଇକୁ ପ୍ରଶଂସା କରିଥିଲେ। “ଆମକୁ ଏକ ନିର୍ଦ୍ଦିଷ୍ଟ ବ୍ୟାଜ୍ ପିନ୍ଧିବାକୁ ପଡିବ, ଆମର ଗତିବିଧି ସୀମିତ ଅଛି। ବିସିସିଆଇ ଏହି ପରିସ୍ଥିତିରେ ଟୁର୍ନାମେଣ୍ଟ ଆୟୋଜନ କରିବାରେ ସକ୍ଷମ ହେବା ଏକ ବଡ଼ କଥା।”

ସାମ୍ପ୍ରତିକ ପରିସ୍ଥିତିରେ ଆଇପିଏଲ ଖେଳିବାର ଭଲ ଏବଂ ଖରାପ ସ୍ଥିତି ବିଷୟରେ ଧୱନଙ୍କୁ ମଧ୍ୟ ପଚରାଯାଇଥିଲା। ଯାହାର ଉତ୍ତରରେ ଧୱନ କହିଛନ୍ତି, “କମ ଯାତ୍ରାର ସୁବିଧା ଥିବାରୁ ଶରୀର କମ କ୍ଲାନ୍ତ ହେବ, ଶ୍ରୀଘ୍ର ରିକଭରି ହେବ । କିନ୍ତୁ ଯେତେବେଳେ ଜଣେ ଖେଳାଳି ଭଲ ଖେଳନ୍ତି କିମ୍ବା ଖରାପ ପ୍ରଦର୍ଶନ କରନ୍ତି ତାଙ୍କୁ ବାହାରକୁ ଯାଇ ମନକୁ ସ୍ଥିର କରିବାକୁ ସୁଯୋଗ ରହିବ ନାହିଁ । ତେଣୁ ଆମକୁ ମାନସିକ ସ୍ତରରେ ଖୁବ୍ ବେଶୀ ସଶକ୍ତ ହେବାକୁ ପଡ଼ିବ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.