ETV Bharat / sports

କୋରୋନାରୁ ସୁସ୍ଥ ହେଉଛନ୍ତି ଆଫ୍ରିଦି, ସୋସିଆଲ ମିଡିଆରେ ଦେଲେ ସୂଚନା

author img

By

Published : Jun 18, 2020, 2:42 PM IST

କୋଭିଡ-19 ଭାଇରସରୁ ସୁସ୍ଥ ହେଉଛନ୍ତି ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି । ଏନେଇ ସୋସିଆଲ ମିଡିଆ ଯୋଗେଁ ସୂଚନା ଦେଇଛନ୍ତି ଆଫ୍ରିଦି ।

i am recovering: Shahid Afridi addresses rumours over his degradding health
କୋରୋନାରୁ ସୁସ୍ଥ ହେଉଛନ୍ତି ଆଫ୍ରିଦି, ସୋସିଆଲ ମିଡିଆରେ ଦେଲେ ସୂଚନା

ଲାହୋର: କୋଭିଡ-19 ଭାଇରସରୁ ସୁସ୍ଥ ହେଉଛନ୍ତି ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦି । ଏନେଇ ସୋସିଆଲ ମିଡିଆ ଯୋଗେଁ ସୂଚନା ଦେଇଛନ୍ତି ଆଫ୍ରିଦି । ପ୍ରଥମ ଦୁଇ ତିନିଦିନ ଅଧିକ ଅସୁସ୍ଥ ଥିଲେ । ମାତ୍ର ଏବେ ଧୀରେଧିରେ ସୁସ୍ଥ ଅନୁଭବ ହେଉଥିବା କହିଛନ୍ତି ଆଫ୍ରିଦି । ତାଙ୍କର ସ୍ବାସ୍ଥ୍ବବ୍ୟସ୍ଥା ଖରାପ ହେଉଥିବା ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହେଉଥିଲା ।

ଗତ ସପ୍ତାହରେ କୋରୋନା ଭାଇରସ ପଜିଟିଭ ଥିବା ନିଜେ ଟ୍ବିଟ ଯୋଗେଁ ଜଣାଇଥିଲେ ଆଫ୍ରିଦି । ଏହାପରେ ବିଶ୍ବର ଅନେକ କ୍ରିକେଟର ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।

ପୂର୍ବତନ ଭାରତୀୟ କ୍ରିକେଟ ଗୌତମ ଗମ୍ଭୀର ମଧ୍ୟ ଆଫ୍ରିଦିଙ୍କ ସୁସ୍ଥତା କାମନା କରିଥିଲେ । ତେବେ ଏହା ପୂର୍ବରୁ ଭାରତରେ ଆକ୍ରାନ୍ତ ସମସ୍ତଙ୍କ ସୁସ୍ଥତା କାମନା କରିଥିଲେ ଗମ୍ଭୀର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.