ETV Bharat / sports

ଶ୍ରୀସନ୍ଥଙ୍କ ସ୍ପଟ-ଫିକ୍ସିଂ ବାସନ୍ଦାଦେଶ ଶେଷ, କହିଲେ ମୁଁ ମୁକ୍ତ

author img

By

Published : Sep 13, 2020, 6:18 PM IST

Updated : Sep 14, 2020, 11:00 AM IST

ଭାରତୀୟ ଘରୋଇ କ୍ରିକେଟ ସିଜିନ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସ୍ଥଗିତ ରହିଛି । କେବଳ କେରଳ ଟିମ ସୁଯୋଗ ଦେବାପରେ ଏସ. ଶ୍ରୀସନ୍ଥଙ୍କ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରେ ।

I am free, says S Sreesanth after spot-fixing ban ends
ଶ୍ରୀସାନ୍ତଙ୍କ ସ୍ପଟ-ଫିକ୍ସିଂ ବାସନ୍ଦାଦେଶ ଶେଷ, କହିଲେ ମୁଁ ମୁକ୍ତ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଶେଷ ହୋଇଛି । ସ୍ପଟ-ଫିକ୍ସିଂ ମାମଲାରେ ଦୋଷୀ ହେବା ପରେ 7 ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିଲେ ଶ୍ରୀସନ୍ତ । ରବିବାର ବାସନ୍ଦାଦେଶ ଶେଷ ହେବାପରେ 'ମୁକ୍ତ' ବୋଲି କହିଛନ୍ତି କେରଳ ଏକ୍ସପ୍ରେସ ଶ୍ରୀସନ୍ଥ । ଫଳରେ ସୋମବାର ଠାରୁ ପେଷାଦାର କ୍ରିକେଟ ଖେଳିପାରିବେ ଏହି କେରଳ ବୋଲର ।

I am free, says S Sreesanth after spot-fixing ban ends
ଏସ. ଶ୍ରୀସନ୍ଥ

37 ବର୍ଷୀୟ ଶ୍ରସାନ୍ତ ନିଜ ରାଜ୍ୟ କେରଳ ଟିମରେ ଘରୋଇ କ୍ରିକେଟ ଖେଳିବା ନେଇ ପୂର୍ବରୁ ସଙ୍କେତ ଦେଇଥିଲେ । ତେବେ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତାଙ୍କୁ ପାଇଁ ବଡ ଆହ୍ୱାନ ହୋଇପାରେ । "ସମସ୍ତ ପ୍ରକାର ଅଭିଯୋଗରୁ ମୁଁ ସଂପୂର୍ଣ୍ଣ ମୁକ୍ତ । ଏବେ ସବୁଠୁ ଅଧିକ ଭଲ ପାଉଥିବା ଖେଳକୁ ପ୍ରତିନିଧିତ୍ବ କରିବାକୁ ଚାହେଁ । ଅଭ୍ୟାସ ଦ୍ବାରା ସବୁକିଛି ସମ୍ଭବ । ପ୍ରତିଟି ବଲରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟ ରହିବ ।" ବାସନ୍ଦାଦେଶର ଦୁଇଦିନ ପୂର୍ବରୁ ଶ୍ରୀସନ୍ଥ ଟ୍ୱିଟ କରିଥିଲେ ।

ତେବେ ଭାରତୀୟ ଘରୋଇ କ୍ରିକେଟ ସିଜିନ ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସ୍ଥଗିତ ରହିଛି । କେବଳ କେରଳ ଟିମ ସୁଯୋଗ ଦେବାପରେ ଶ୍ରୀସନ୍ଥଙ୍କ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିବ ।

ପୂର୍ବରୁ ଅଗଷ୍ଟରେ ଦେଶରେ ଘରୋଇ କ୍ରିକେଟ ସିଜିନ ଆରମ୍ଭ ନେଇ ସୂଚୀ ରହିଥିଲା । ମାତ୍ର କୋରୋନା କାରଣରୁ ସମସ୍ତ ପୂର୍ବ ସୂଚୀ ପ୍ରଭାବିତ ହୋଇଛି ।

ପରିସ୍ଥିତିରେ ସୁଧାର ପରେ, ଘରୋଇ କ୍ରିକେଟ ଆରମ୍ଭ ସମ୍ଭବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରାଜ୍ୟ ବୋର୍ଡର ସଭାପତି ଓ ସମ୍ପାଦକଙ୍କୁ ଚିଠି ଲେଖି ଜଣାଇଛନ୍ତି ।

2013 ସଂସ୍କରଣର ଆଇପିଏଲରେ ସ୍ପଟ-ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କ୍ରିକେଟରୁ ଆଜୀବନ ବାସନ୍ଦାଦେଶ ଦଣ୍ଡ ଭୋଗିଥିଲେ ଶ୍ରୀସନ୍ଥ । ତେବେ ଗତ ବର୍ଷ ବିସିସିଆଇ ଲୋକପାଳ ଡିକେ ଜୈନ ଆଜୀବନ ବାସନ୍ଦାଦେଶକୁ 7ବର୍ଷକୁ କମ କରିଥିଲେ । କ୍ୟାରିୟରର ପ୍ରମୁଖ 6 ବର୍ଷ ବାସନ୍ଦାଦେଶ ଭୋଗିସାରିଥିବାରୁ ଜୈନ ଏହି ନିଷ୍ପତ୍ତି ନେଇଥିଲେ ।

ଅଗଷ୍ଟ 2013ରେ ଶ୍ରୀସନ୍ତଙ୍କ ସମେତ ରାଜସ୍ଥାନ ରୟାଲ୍ସ ସାଥୀ ଖେଳାଳି ଅଜିତ ଚାନ୍ଦିଲା ଓ ଅଙ୍କିତ ଚଭନଙ୍କୁ ବିସିସିଆଇ ବାସନ୍ଦ କରିଥିଲା ।

ମାତ୍ର ଗତବର୍ଷ ମାର୍ଚ୍ଚ 15ରେ ସୁପ୍ରିମକୋର୍ଟ ବିସିସିଆଇର ଶୃଙ୍ଖଳା କମିଟି ଓ ବୋର୍ଡକୁ ଦଣ୍ଡ କରିବା ନେଇ ବିଚାର କରିବାକୁ ପରାମର୍ଶ ଦେଇଥିଲେ ।

ଶ୍ରୀସନ୍ଥ ଟିମ ଇଣ୍ଡିଆ ପାଇଁ 27ଟି ଟେଷ୍ଟରୁ 87 ୱିକେଟ ଓ 53ଟି ଦିନିକିଆରୁ 75 ୱିକେଟ ଅକ୍ତିଆର କରିଛନ୍ତି । ଟି-20ରେ 10ଟି ୱିକେଟ ତାଙ୍କ ନାମରେ ରହିଛି । ୱିକେଟ ହାସଲ ପରେ ଆକ୍ରମଣାତ୍ମକ ଭଙ୍ଗୀରେ ଖୁସି ମନାଇବା ଶୈଳୀ ପାଇଁ ସେ ବେଶ ଚର୍ଚ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2020, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.