ନୂଆଦିଲ୍ଲୀ: ଭାରତୀୟ ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନିଜ କ୍ରିକେଟ କ୍ୟାରିୟରକୁ ନେଇ ବଡ ଖୁଲାସା କରିଛନ୍ତି । ପ୍ରଥମରୁ କେବଳ କ୍ରିକେଟ ଲଭର ଥିଲେ ବୋଲି କହିଛନ୍ତି ଅଶ୍ବିନ । ପରେ ପର ମୂହୂର୍ତ୍ତରେ ଆକ୍ସିଡେଣ୍ଟାଲ କ୍ରିକେଟର ବନିଯାଇଥିଲେ ବୋଲି କହିଛନ୍ତି ଅଶ୍ବିନ ।
ଭାରତୀୟ ଜର୍ସି ପିନ୍ଧି ଖେଳିବା କେବେ ଭାବନା ଭିତରେ ନଥିଲା । ମାତ୍ର କ୍ରିକେଟକୁ ଅଧିକ ଭଲପାଇବା ତାଙ୍କୁ କ୍ରିକେଟର ସଜେଇଦେଇଥିବା କହିଛନ୍ତି ଅଶ୍ବିନ । ଫିଲ୍ଡିଂ କୋଚ ଆର. ଶ୍ରୀଧରଙ୍କୁ ଅଶ୍ବିନ କହିଥିବା ଏହି ଭିଡିଓ ବାର୍ତ୍ତା ବିସିସିଆଇ ୱେବସାଇଟରେ ସ୍ଥାନ ପାଇଛି ।
ସଦ୍ୟ ସମାପ୍ତ ହୋଇଥିବା ଇଂଲଣ୍ଡ ବିପ7 ତୃତୀୟ ଟେଷ୍ଟରେ ଅଶ୍ବିନ ଟେଷ୍ଟ କ୍ୟାରିୟରର 400ତମ ୱିକେଟ ହାସଲ କରିଛନ୍ତି । ଏଥିସହ 600 ଅନ୍ତର୍ଜାତୀୟ ୱିକେଟ ହାସଲ କରିଛନ୍ତି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଶ୍ବିନ ଏହି ବିରାଟ ଉପଲବ୍ଧି ହାସଲ କରିବା ପରେ, ସବୁମହଲରୁ ପ୍ରଂଶସାର ସୁଅ ଛୁଟୁଛି । ତୃତୀୟ ଟେଷ୍ଟରେ ଭାରତ 10 ୱିକେଟରେ ବିଜୟୀ ହେବାସହ 4 ମ୍ୟାଚ ବିଶିଷ୍ଟ ସିରିଜରେ 2-1ରେ ଆଗୁଆ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ