ETV Bharat / sports

ମହିଳା ଦଳର ପରାଜୟ ପଛରେ କୋହଲି, ସୋସିଆଲ ମିଡିଆରେ ଚର୍ଚ୍ଚା - Virat Kohli

Change.org ନାମକ ଏକ ୱେବସାଇଟ ଦାବି କରୁଛି ଯେ, ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକର ଫାଇନାଲ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦଳକୁ ନଜାଣନ୍ତୁ ଶୁଭେଚ୍ଛା । ଆଗକୁ ପଢନ୍ତୁ..

hundreds-sign-petition-to-stop-virat-kohli-from-wishing-india-teams-before-icc-tournaments
ମହିଳା ଦଳର ପରାଜୟ ପଛରେ କୋହଲି, ସୋସିଆଲ ମିଡିଆରେ ଚର୍ଚ୍ଚା
author img

By

Published : Mar 12, 2020, 4:32 AM IST

ହାଇଦ୍ରାବାଦ: Change.org ନାମକ ଏକ ୱେବସାଇଟ ଦାବି କରୁଛି ଯେ, ଆଗାମୀ ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକର ଫାଇନାଲ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦଳକୁ ଶୁଭେଚ୍ଛା ନ ଜଣାନ୍ତୁ ନାହିଁ। କାରଣ ବିରାଟଙ୍କ ଶୁଭେଚ୍ଛା ପାଇ ଦଳ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିବା ସତ୍ବେ ଫାଇନାଲରେ ପରାସ୍ତ ହେଉଛି ।

ସୂଚନାଥାଉ କି, ନିକଟରେ ଶେଷ ହୋଇଥିବା ମହିଳା ଟି-20 ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଅପରାଜିତ ରହିଥିଲେ ମଧ୍ୟ ଫାଇନାଲରେ ପରାସ୍ତ ହୋଇଥିଲା । ତେବେ ମହିଳା ଦଳର ଏହି ପରାଜୟର କାରଣ କୋହଲିଙ୍କ ଶୁଭେଚ୍ଛା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ବିସିସିଆଇ ସଭାପତିଙ୍କଠାରୁ ପୂର୍ବତନ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳା ଦଳକୁ ଶୁଭେଚ୍ଛା ଜଣାଇଥିଲେ । ମାତ୍ର କିଛି କ୍ରିକେଟ ସମାଲୋଚକଙ୍କ କହିବା କଥା ବିରାଟଙ୍କ ଶୁଭେଚ୍ଛା ପାଇଁ ଫାଇନାଲରେ ଦଳର ପରାଜୟ ହୋଇଛି ।

‘‘ଆମେ ବିରାଟ କୋହଲିଙ୍କ ବିପକ୍ଷରେ ନାହୁଁ । କିନ୍ତୁ ଆମେ ଦେଖିଛୁ ଯେ ତାଙ୍କ ଶୁଭେଚ୍ଛା ବିନା ଭାରତର କେତେ ଭଲ ହୋଇପାରେ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଏବଂ ଆଇସିସି ବିଶ୍ୱକପ ଫାଇନାଲରେ ଭାରତ ମହିଳାଙ୍କ ଅବସ୍ଥା ଦେଖିବା ପରେ ମୋର ହୃଦୟ ଭାଙ୍ଗି ଯାଇଛି । ତେଣୁ ଦୟାକରି ଏହି ଆବେଦନକୁ ବହୁ ସଂଖ୍ୟାରେ ଦସ୍ତଖତ କରନ୍ତୁ ଯାହା ଦ୍ବାରା ଏହି ବାର୍ତ୍ତା ବିରାଟ କୋହଲିଙ୍କ ନିକଟରେ ପହଞ୍ଚିପାରିବ ।’’ ଏମିତି କିଛି କଥା ୱେବସାଇଟରେ ଲେଖାଯାଇଛି । ଅନ୍ୟପଟେ ଆଇସିସି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମାଙ୍କୁ ଭାରତ ଅଧିନାୟକ ଭାବେ ନିଯୁକ୍ତି ପାଇବା ପାଇଁ ମଧ୍ୟ ସେମାନେ ଦସ୍ତକତ ଅଭିଯାନ ଆରମ୍ଭ କରିଛନ୍ତି ।

@INDIATODAY

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.