ETV Bharat / sports

DDCA ପରିସରରେ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଗୃହମନ୍ତ୍ରୀ ଅମିତ ଶାହ - Statue

ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି, ଭାରତୀୟ ଓପନର ଶିଖର ଧାୱନ, ପୂର୍ବତନ ଭାରତୀୟ ଓପନର ତଥା ବିଜେପିର ପୂର୍ବଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର, ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ସମେତ ଏକାଧିକ ଡିଡିସିଏ କର୍ମଚାରୀ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ...

Home Minister Shah unveils Arun Jaitley's statue at DDCA premises
DDCA ପରିସରରେ ଜେଟଲିଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କଲେ ଗୃହମନ୍ତ୍ରୀ ଅମିତ ଶାହ
author img

By

Published : Dec 28, 2020, 8:57 PM IST

ନୂଆଦିଲ୍ଲୀ: ବହୁ ବିବାଦ, ବିଦାୟ, ସମାଲୋଚନା ମଧ୍ୟରେ ଶେଷରେ DDCA ପରିସରରେ ଉନ୍ମୋଚିତ ହେଲା ଦିଂବଗତ ବର୍ଷିଆନ ରାଜନେତା ତଥା କ୍ରୀଡା ପ୍ରଶାସକ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA)ର ପୂର୍ବତନ ଅଧ୍ୟକ୍ଷ ଥିଲେ ଜେଟଲୀ । ଫଳରେ ପୂର୍ବତନ ପ୍ରଶାସକଙ୍କ ସ୍ମୃତିରେ ବୋର୍ଡ ପକ୍ଷରୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ପ୍ରତିମୂର୍ତ୍ତି ରଖିବାକୁ ଯୋଜନା ଥିଲା ।

  • Unveiled a statue of Shri Arun Jaitley ji at New Delhi’s Arun Jaitley Stadium. His pioneering contribution in promoting cricket will never be forgotten. We will always miss him as an incredible person dedicated towards nation’s progress. My tributes to Arun ji on his jayanti. pic.twitter.com/DOIclIfrCM

    — Amit Shah (@AmitShah) December 28, 2020 " class="align-text-top noRightClick twitterSection" data=" ">

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂ ବେଦୀ, ଜେଟଲୀଙ୍କ ପ୍ରତିମୂର୍ତ୍ତି ଷ୍ଟାଡିୟମରେ ଉନ୍ମୋଚନକୁ ନେଇ ଡିଡିସିଏକୁ ତୀବ୍ର ସମାଲୋଚନା କରିଥିଲେ । ବେଦୀ କହିଥିଲେ, ଷ୍ଟାଡିୟମରେ ଜଣେ ପ୍ରେରଣାଦାୟୀ କ୍ରିକେଟରଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବଦଳରେ, ବୋର୍ଡ ପୂର୍ବତନ ପ୍ରଶାସକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରୁଛି । ଏହାକୁ ବିରୋଧ କରି ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରୁ ତାଙ୍କ ନାମରେ ଥିବା ଷ୍ଟାଣ୍ଡ ହଟାଇବାକୁ ଡିଡିସିଏକୁ କହିଥିଲେ ବିଶନ ସିଂ ବେଦୀ । ଏହାକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ହେଇଥିଲା ।

  • DDCA pays tribute to the late Shri Arun Jaitley Ji on his 68th birth anniversary, Shri Amit Shah Ji Hon'ble Home Minister unveiled the statue of Late Shri Arun Jaitley ji. pic.twitter.com/hHX58Bw8fi

    — DDCA (@delhi_cricket) December 28, 2020 " class="align-text-top noRightClick twitterSection" data=" ">

ତେବେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜେଟଲୀଙ୍କ ଜୀବନ୍ତ ଆକାରର ପ୍ରତିମୂର୍ତ୍ତି ଷ୍ଟାଡିୟମରେ ଉନ୍ମୋଚନ କରିଛନ୍ତି । ଏହି ପ୍ରତିମୂର୍ତ୍ତି 96 ବର୍ଷୀୟ ଜଣାଶୁଣା ଶିଳ୍ପୀ ରାମ ସୂତାର ତିଆରି କରିଛନ୍ତି । ଗୁଜୁରାଟରେ ଆଇକନିକ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ତିଆରି ପଛରେ ଥିବା ବ୍ୟକ୍ତି ହେଉଛନ୍ତି ଶିଳ୍ପୀ ରାମ ସୂତାର ।

ଏକାଧିକ ଡିଡିସିଏ କର୍ମଚାରୀଙ୍କ ସମେତ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି, ଭାରତୀୟ ଓପନର ଶିଖର ଧାୱନ, ପୂର୍ବତନ ଭାରତୀୟ ଓପନର ତଥା ବିଜେପିର ପୂର୍ବଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର, ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା, କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଏହି ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

"ଅରୁଣ ମୋ ପାଇଁ ବଡ ଭାଇ ପରି ଥିଲେ । ରାଜନୈତିକ କ୍ଷେତ୍ରରେ ଥାଇ ମଧ୍ୟ କ୍ରୀଡାପ୍ରତି ଅମାୟିକ ଦୁର୍ବଳତା ପାଇଁ ସେ ପରିଚିତ ଥିଲେ । ସେ ତାଙ୍କ ଭାଷଣରେ ଆକ୍ରମଣାତ୍ମକ ରହିଥିଲେ, ମାତ୍ର ସଂସଦର ସମ୍ମାନ କେବେ ହାନି କରିନଥିଲେ ।" ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହା କହିଥିଲେ ଅମିତ ଶାହ । ଡିଡିସିଏର ସଭାପତି ଭାବେ ଶାହ ମଧ୍ୟ 13 ବର୍ଷ ଦାୟିତ୍ବ ତୁଲାଇଛନ୍ତି ।

ପରେ ଗାଙ୍ଗୁଲି କହିଥିଲେ "ଦିଲ୍ଲୀ କ୍ରିକେଟର ଉନ୍ନତି ପାଇଁ ଜେଟଲୀଙ୍କ ଅବଦାନ ଅତୁଳନୀୟ । "ଯେବେ ଆମେ ଖେଳୁ ଓ ଶତକ ଅର୍ଜନ କରୁ, ବିଶ୍ବରେ ପ୍ରସିଦ୍ଧି ମିଳେ । ମାତ୍ର ପରଦା ପଛରେ ଅନେକ ଜଣ ଖେଳାଳି ଜଣଙ୍କୁ ସେହି ସ୍ଥରରେ ପହଞ୍ଚାଇବାକୁ ସାହାଯ୍ୟ କରିଥାନ୍ତି । ସେ ଥିଲେ କ୍ରିକେଟରଙ୍କ ମଣିଷ ଯିଏ କି ଜଣେ ପ୍ରଶାସକଙ୍କ ଭୂମିକା ନିଭାଉଥିଲେ ।"

ଏବେବି ମନେଅଛି, ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା 2003 ବିଶ୍ବକପ ସମୟରେ ତାଙ୍କର ଫୋନ୍ ଆସିଥିଲା । ଆମେ ପ୍ରଥମ ମ୍ୟାଚ ହାରିସାରିଥିଲୁ ଦେଶତମାମରୁ ରୋଷର ଶିକାର ହେବାକୁ ପଡିଥିଲା, ମାତ୍ର ସେ କହିଥିଲେ ଆସୋସିଏସନ ତୁମକୁ ସମର୍ଥନ ସର୍ବଦା ସମର୍ଥନ କରେ, ଭଲ ଖେଳିଛ । ଛୋଟ କଥାଟିଏ ମାତ୍ର ବିଶେଷ ଗୁରୁତ୍ବ ରଖେ, ସେ ଜଣେ ମହାନ ହୃଦୟର ମଣିଷ ଥିଲେ । " ଜେଟଲୀଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ଗାଙ୍ଗୁଲି ।

"ଦିଲ୍ଲୀ ପ୍ରତିଭାରେ ଭରପୁର ରାଜ୍ୟ । ରାଜ୍ୟରୁ ବିରାଟ କୋହଲି, ଇଶାନ୍ତ ଶର୍ମା, ଋଷଭ ପନ୍ତଙ୍କ ଭଳି ଖେଳାଳି ଆସିଛନ୍ତି । ଦକ୍ଷ ଡିଡିସିଏ ଭାରତୀୟ କ୍ରିକେଟ ପାଇଁ ଶୁଭଙ୍କର, ଭବିଷ୍ୟତରେ ସେମାନେ ଏହି ପରମ୍ପରାକୁ ବଜାୟ ରଖିବେ ବୋଲି ଆଶା ।" ଏହା କହିଥିଲେ ଗୌତମ ଗମ୍ଭୀର । ଷ୍ଟାଡିୟମରେ ଜେଟଲିଙ୍କ ପ୍ରତିମୂର୍ତ୍ତି ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ଗମ୍ଭୀର କହିଥିଲେ ।

"ଜେଟଲୀଙ୍କ ସମୟରେ ଆମେ ରଣଜୀ ଟ୍ରଫି ଜିତିଥିଲୁ, ଷ୍ଟାଡିୟମ ମଧ୍ୟ ତିଆରି ହୋଇଥିଲା । "ସଚ୍ଚୋଟତା, ସଂପୂର୍ଣ୍ଣ ସ୍ବଚ୍ଛତା, ଓ ବିଚାରବନ୍ତ କାର୍ଯ୍ୟଶୈଳୀ ତାଙ୍କର ଦକ୍ଷ ପ୍ରଶାସନିକ କାର୍ଯ୍ୟକାଳର ମନ୍ତ୍ର ଥିଲା ବୋଲି ଗମ୍ଭୀର କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.