ETV Bharat / sports

ବିଗ-3ରୁ ନହୁଅନ୍ତୁ ପରବର୍ତ୍ତୀ ICC ଅଧ୍ୟକ୍ଷ: ପିସିବି ମୁଖ୍ୟ ଏହସାନ ମନି

author img

By

Published : Sep 5, 2020, 12:09 PM IST

ଭାରତ, ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରୁ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାହୁଁ ନାହାନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ଏହସାନ ମନି । ଅଧିକ ପଢ଼ନ୍ତୁ...

Healthier to not have icc chairman from big-3, no ICC chairman from Big Three, pakistan cricket board, pcb chief Ehsan Mani, ବିଗ-3ରୁ ନହୁଅନ୍ତୁ ପରବର୍ତ୍ତ ICC ଅଧ୍ୟକ୍ଷ, ପିସିବି ମୁଖ୍ୟ ଏହସାନ ମନି, ଆଇସିସି ମୁଖ୍ୟ
ବିଗ-3ରୁ ନହୁଅନ୍ତୁ ପରବର୍ତ୍ତ ICC ଅଧ୍ୟକ୍ଷ: ପିସିବି ମୁଖ୍ୟ ଏହସାନ ମନି

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ଏହସାନ ମନି କହିଛନ୍ତି ଯେ ପରବର୍ତ୍ତୀ ଆଇସିସି ଅଧ୍ୟକ୍ଷ ବିଗ-3 ଅର୍ଥାତ ଭାରତ, ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରୁ ନହେବା ଦରକାର । ଭାରତର ଶଶାଙ୍କ ମନୋହରଙ୍କ ଇସ୍ତଫା ଦେବା ପରେ ଆଇସିସି ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି । ବୋର୍ଡ ବର୍ତ୍ତମାନ ସୁଦ୍ଧା ମନୋହରଙ୍କ ବିକଳ୍ପ ଖୋଜିବା ପ୍ରକ୍ରିୟାରେ ଲାଗିଛି ।

ଏହା ମଧ୍ୟରେ ପିସିବି ମୁଖ୍ୟ ମନି କହିଛନ୍ତି ଯେ, ‘‘ଆଇସିସି ପାଇଁ ଭଲ ହେବ ଯେ ବି-3 (ଭାରତ, ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆ)କୁ ଛାଡ଼ି ଅନ୍ୟ କୌଣସି ବୋର୍ଡରୁ ନିଜର ଅଧ୍ୟକ୍ଷ ଚୟନ କରୁ । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ଯେ ଚୟନ ପ୍ରକ୍ରିୟାରେ ଏତେ ସମୟ ଲାଗୁଛି । ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତ 2014ରେ ନିଜ ସ୍ଥାନ ସଂରକ୍ଷିତ ରଖିବା ପାଇଁ ଯେଉଁ ରାଜନୀତି ଆରମ୍ଭ କରିଥିଲେ ସେଥିରେ ଏବେ ସେମାନେ ସଂଘର୍ଷ କରୁଥିବା ନଜର ଆସିଛନ୍ତି, କାରଣ ସେମାନଙ୍କୁ ଏବେ ତାହା ଭଲ ଲାଗୁନି ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ,‘‘ଭଲ ହେବ ଯେ ନୂଆ ଆଇସିସି ଅଧ୍ୟକ୍ଷ ବିଗ-3ରୁ ନହେଉ ।’’ ମନି ଏହି ରେସରୁ ନିଜକୁ ପୂର୍ବରୁ ବାହାର କରି ସାରିଛନ୍ତି । ସେ 2003ରୁ 2006 ପର୍ଯ୍ୟନ୍ତ ଆଇସିସି ଅଧ୍ୟକ୍ଷ ପଦରେ ରହିଥିଲେ । ଇସିବିର ବର୍ତ୍ତମାନ ଅଧ୍ୟକ୍ଷ କୋଲିନ ଗ୍ରେବ୍ସଙ୍କ କାର୍ଯ୍ୟକାଳ 31 ଅଗଷ୍ଟରେ ଶେଷ ହୋଇଛି । ତେଣୁ ତାଙ୍କୁ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଭାବରେ ଦେଖାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.