ହାଇଦ୍ରାବାଦ: 2019କୁ ବିଦାୟ ଦେଇ 2020ର ସ୍ବାଗତ ଅପେକ୍ଷାରେ ସଭିଏଁ। ଏହି ଅବସରରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଟିମର ପ୍ରଦର୍ଶନକୁ ନେଇ ବେଶ୍ ଖୁସି ଅଛନ୍ତି କୋଚ୍। ରବି ଶାସ୍ତ୍ରୀ ନିଜର ଟ୍ବିଟର ଆକାଉଣ୍ଟରେ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, 2019 ଦଳ ପାଇଁ ବହୁତ ଭଲ ବର୍ଷ ଥିଲା। ଏବେ ସମସ୍ତେ ପ୍ରସ୍ତୁତ ରହିବା ନୂତନ ଚ୍ୟାଲେଞ୍ଜ ପାଇଁ।
