ETV Bharat / sports

ରାହାଣେଙ୍କ ପାଇଁ ଲାୟନ ରଣନୀତି

ତୃତୀୟ ଟେଷ୍ଟରେ ଅଜିଙ୍କ୍ୟ ରାହାଣେଙ୍କ ବିପକ୍ଷରେ ସ୍ବତନ୍ତ୍ର ରଣନୀତି କରିଥିବା କହିଛନ୍ତି ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନ ।

author img

By

Published : Jan 4, 2021, 9:08 PM IST

Have a couple of plans for clam, collected Rahane: Nathan Lyon
ରାହାଣେଙ୍କ ପାଇଁ ଲାୟନ ରଣନୀତି

ମେଲବୋର୍ଣ୍ଣ: ବର୍ଡର ଗାଭାସ୍କର ଟ୍ରଫି ସିରିଜର ତୃତୀୟ ଟେଷ୍ଟ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ । ସିରିଜ 1-1ରେ ବରାବର ଥିବାବେଳେ ବାରିହେଲାଣି କଡା ପ୍ରତିଦ୍ବନ୍ଦ୍ବିତାର ବାସ୍ନା । ଏହାର ସଦ୍ୟତମ ଉଦାହରଣ ହେଉଛି କଙ୍ଗାରୁ ଦଳର ପ୍ରମୁଖ ସ୍ପିନର ନାଥନ ଲାୟନଙ୍କ ଏକ ବୟାନ ।

ଅଜିଙ୍କ୍ୟ ରାହାଣେ

ଟିମ ଇଣ୍ଡିଆର ନିୟମିତ ଟେଷ୍ଟ କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତି ସତ୍ତ୍ବେ ମେଲବୋର୍ଣ୍ଣରେ ବକ୍ସି ଡେ ଟେଷ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ଏକପାଖିଆ ବିଜୟ ହାସଲ କରିଥିଲା ଭ୍ରମଣକାରୀ ଦଳ । କୋହଲିଙ୍କ ସ୍ଥାନରେ ଅଧିନାୟକତ୍ବ ଦାୟିତ୍ବ ସମ୍ଭାଳିଥିବା ରାହାଣେ ଏବେ ଅଷ୍ଟ୍ରେଲିଆ ଦଳର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ।

ନିଜର ଶାନ୍ତ ସ୍ବଭାବରେ ଚତୁର ରାହାଣେ ଆକ୍ରମଣାତ୍ମକ ଫିଲ୍ଡିଂ ପ୍ରସ୍ତୁତ କରିବା ସହ ଚମତ୍କାର ଢଙ୍ଗରେ ବୋଲିଂ ପରିବର୍ତ୍ତନ କରି ଘରୋଇ ଦଳକୁ ଚକମା ଦେଇଛନ୍ତି । ବ୍ୟାଟିଂରେ ମଧ୍ୟ ରାହାଣେ ପାଟ କମିନ୍ସ, ଜସ ହେଜେଲଉଡ, ମିଚେଲ ଷ୍ଟାର୍କ ଓ ଲାୟନଙ୍କ ଘାତକ ବୋଲିଂକୁ ନିଷ୍ପ୍ରଭ କରିବା ସହ ଶତକୀୟ ଇଂନିସ ଖେଳିଥିଲେ ।

ରାହାଣେଙ୍କ ପାଇଁ ଲାୟନ ରଣନୀତି

ତେବେ ତୃତୀୟ ଟେଷ୍ଟ ପୂର୍ବରୁ ରାହାଣେଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ହୋଇଥିବା କହିଛନ୍ତି ନାଥନ ଲାୟନ । ରାହାଣେଙ୍କ ପ୍ରଶଂସାରେ ଲାୟନ ଶତମୁଖ ହେବା ସହ ବିଶ୍ବସ୍ତରୀୟ ବ୍ୟାଟ୍ସମ୍ୟାନ କହିଛନ୍ତି । ଏଥିସହ ରାହାଣେ ସ୍ଲେଜିଂ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ, ଶାନ୍ତ ରହିବା ସହ କ୍ରିଜରେ ବିଚଳିତ ନହୋଇ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରନ୍ତି । ରାହାଣେଙ୍କ ବିପକ୍ଷରେ ହୋଇଥିବା ରଣନୀତି ଆଗାମୀ ମ୍ୟାଚରେ ସଫଳ ହେବ ବୋଲି ସଙ୍କେତ ଦେଇଛନ୍ତି ଏହି ଅଭିଜ୍ଞ ଅଷ୍ଟ୍ରେଲୀୟ ସ୍ପିନର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.