କାନବେରା: ମହିଳା ତ୍ରିରାଷ୍ଟ୍ରୀୟ କମନୱେଲ୍ଥ ବ୍ୟାଙ୍କ ଟି-20 ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି ଭାରତ। କ୍ୟାପଟେନ ହରମନପ୍ରିତଙ୍କ ଅପରାଜିତ ଇଂନିସ ବଳରେ ଇଂଲଣ୍ଡକୁ 5 ୱିକେଟରେ ହରାଇଛି ଭାରତ ।
ପ୍ରଥମେ ଟସ୍ ଜିତି ହରମନପ୍ରିତ ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ ଇଂଲଣ୍ଡ ମହିଳା ଟିମ 147 ରନ କରିଥିଲା । ଫଳରେ 148 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ମହିଳା ଟିମ ଦଳ।
19.3 ଓଭରରେ 5 ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଭାରତୀୟ ମହିଳା ଦଳ । କ୍ୟାପଟେନ ହରମନପ୍ରିତ କୌର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । 34 ବଲରୁ 5ଟି ଚୌକା ଓ ଗୋଟିଏ ଛକା ସହ 42 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ହରମନପ୍ରିତ । ଓପନର ଶେଫାଳି ବର୍ମା 25 ବଲରୁ 30 ଓ ସ୍ମୃତି ମାନ୍ଧାନା 10 ବଲରୁ 15 ରନ କରି ଆଉଟ ହୋଇଥିଲେ । ମଧ୍ୟକ୍ରମରେ ଜେମିମ୍ମା ରୋଡ୍ରିଗ୍ୟୁସ 26 ରନର ଇଂନିସ ଖେଳିଥିଲେ ।