ବ୍ରିସବେନ: ଅଷ୍ଟ୍ରେଲିଆ କ୍ୟାମ୍ପରୁ ଆସିଲା ଆହତ ଖବର । ପ୍ରମୁଖ ଅଷ୍ଟ୍ରେଲୀୟ ବୋଲର ମିଚେଲ ଷ୍ଟାର୍କ ମାଂସପେଶୀ ଜନିତ ଆହତ ହୋଇଥିବା ଜଣାପଡିଛି । ସୋମବାର ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ ଷ୍ଟାର୍କ । ତେବେ ଦଳର ବରିଷ୍ଠ ଖେଳାଳି ଷ୍ଟିଭ ସ୍ମିଥ, ଷ୍ଟାର୍କ ସୁସ୍ଥ ହେବାସହ ଶେଷ ଦିନରେ ବୋଲିଂ କରିବାନେଇ ଆଶାବାଦୀ ଥିବା କହିଛନ୍ତି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗାବାରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଭ୍ରମଣକାରୀ ଦଳ ସାମ୍ନାରେ 328 ରନର ବିଜୟ ଲକ୍ଷ୍ୟ ରହିଛି । ଶେଷ ଦିନରେ ଘରୋଇ ଦଳକୁ ବିଜୟ ପାଇଁ ଭାରତର ସମସ୍ତ ଖେଳାଳିଙ୍କୁ ଆଉଟ କରିବାକୁ ହେବ ।
କାରଣ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦୁଇ ଭାରତୀୟ ଓଫନର ରୋହିତ ଶର୍ମା ଓ ଶୁଭମନ ଗିଲ ଅପରାଜିତ ଅଛନ୍ତି । ବର୍ଷ 1951ରେ ଗାବାରେ 236/7 ସହ ସଫଳ ରନ ପିଛା କରିଥିଲା ଅଷ୍ଟ୍ରେଲିଆ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ