ETV Bharat / sports

କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଭେଟିଲେ ସୁରେଶ ରାଇନା - Raina meeting Rijiju

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କୁ ଗୁରୁବାର ଭେଟିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଅଧିକ ପଢନ୍ତୁ...

Had great conversation on sports: Raina after meeting Rijiju
କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କୁ ଭେଟିଲେ ସୁରେଶ ରାଇନା
author img

By

Published : Oct 29, 2020, 10:46 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କୁ ଗୁରୁବାର ଭେଟିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଏହାପରେ ରାଇନା କ୍ରୀଡାମନ୍ତ୍ରୀଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ।

ପୂର୍ବରୁ ରାଇନା, ଜମ୍ମୁ-କାଶ୍ମୀରର ପ୍ରିନ୍ସପାଲ ସକ୍ରେଟାରୀ ନୀତିଶୱାର କୁମାର, ଲେପ୍ଟେନାଣ୍ଟ ଗର୍ଭର୍ଣ୍ଣର ମନାଜ ସିହ୍ନାଙ୍କୁ ସାକ୍ଷାତ କରିଥିଲେ । ଜମ୍ମୁ-କାଶ୍ମୀରରେ ଯୁବ କ୍ରିକେଟର ତଥା କ୍ରୀଡା ପ୍ରତି ଯୁବକଙ୍କୁ ଉତ୍ସାହିତ କରିବା ଦିଗରେ ରାଇନା କାର୍ଯ୍ୟ କରିବେ ବୋଲି ଜଣାପଡିଥିଲା ।

ଜମ୍ମୁ-କାଶ୍ମୀରରେ କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ରାଇନା ଏଲଜିଙ୍କୁ ଅନୁରୋଧ କରିଥିଲେ । ଏଥିସହ ଉଭୟ ଜମ୍ମୁ ଓ କାଶ୍ମୀରରେ 5ଟି ଲେଖାଏଁ ସ୍କୁଲ ଖୋଲି ସ୍ଥାନୀୟ ଯୁବକଙ୍କୁ କ୍ରିକେଟ ତାଲିମ ଦେବାକୁ ଇଚ୍ଛୁକ ହୋଇଥିଲେ ।

ଅନନ୍ତନାଗରେ ଜମ୍ମୁ-କାଶ୍ମୀର ମହିଳା ପୋଲିସ 2020 କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ ରାଇନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.