ETV Bharat / sports

'ଫିଲ୍ଡିଂରେ ବାଧା' ଆଉଟ ହେବାରେ ଗୁଣତିଳକା ଅଷ୍ଟମ ବ୍ୟାଟ୍ସମ୍ୟାନ - ଫିଲ୍ଡିଂରେ ବାଧା ଆଉଟ

ଶ୍ରୀଲଙ୍କା ଓପନର ଧନୁସ୍କା ଗୁଣତିଳକାଙ୍କ ନାମରେ ବୁଧବାର ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ଅଧିକ ପଢନ୍ତୁ...

Gunathilaka becomes 8th batsman to be given out for 'obstructing the field'
'ଫିଲ୍ଡିଂରେ ବାଧା' ଆଉଟ ହେବାରେ ଗୁଣତିଳକା ଅଷ୍ଟମ ବ୍ୟାଟ୍ସମ୍ୟାନ
author img

By

Published : Mar 11, 2021, 4:21 PM IST

ଆଣିଗୁଆ: ଶ୍ରୀଲଙ୍କା ଓପନର ଧନୁସ୍କା ଗୁଣତିଳକାଙ୍କ ନାମରେ ବୁଧବାର ଏକ ଅଲୋଡା ରେକର୍ଡ ଯୋଡି ହୋଇଯାଇଛି । ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଓ ମୋଟଭାବେ ଅଷ୍ଟମ ବ୍ୟାଟ୍ସମ୍ୟାନ ଫିଲ୍ଡିଂରେ ବାଧାଦେବା ଫଳରେ ଆଉଟ ହୋଇଛନ୍ତି ।

ଏହି ଘଟଣା ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘଟିଛି । ମ୍ୟାଚ 22ତମ ଓଭର ଇଣ୍ଡିଜ ପକ୍ଷରୁ କିରଣ ପୋଲାର୍ଡ ବୋଲିଂ କରୁଥିଲେ । ଗୁଣତିଳକା 61 ବଲରୁ 55 ରନରେ ବ୍ୟାଟିଂ କରୁଥିଲେ । 22ତମ ଓଭରର ପ୍ରଥମ ବଲ୍‌ ଏକ ଲେନ୍‌ଥ ବଲ୍‌ଥିଲା । ଏହାକୁ ଖେଳିବାକୁ ପ୍ରୟାସ କରିବା ପରେ ବଲ୍‌ ତାଙ୍କ ଗୋଡ ପାଖରେ ରହିଥିଲା । ନନ୍‌-ଷ୍ଟ୍ରାଇକରରେ ଥିବା ବ୍ୟାଟ୍ସମ୍ୟାନ ପାଥମ ନିଶାଙ୍କା ଏକ ରନ୍‌ ନେବାପାଇଁ ଚେଷ୍ଟା କରିଥିଲେ ଓ ପୋଲାର୍ଡ ରନ୍‌ ଆଉଟର ସୁଯୋଗ ଥିବା ଜାଣିପାରିଥିଲେ ।

ମାତ୍ର ଗୁଣତିଳକା, ନିଶାଙ୍କାଙ୍କୁ ରନ୍‌ ନେବାକୁ ମନା କରିଥିଲେ ଓ ଫେରାଇଦେଇଥିଲେ । ଏଥିସହ ନିଜେ କ୍ରିଜକୁ ଫେରିବା ପୂର୍ବରୁ ବଲ ପାଖରୁ ହଟିନଥିଲେ । ପୋଲାର୍ଡ ବଲ୍‌କୁ ଫିଲ୍ଡିଂ କରି ଥ୍ରୋ କରିବାର ସୁଯୋଗ ଦେଇନଥିଲେ ।

ଏହାପରେ ପୋଲାର୍ଡ ଅମ୍ପାୟରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଏହା ଷ୍ଟମ୍ପ ମାଇକରେ ସ୍ପଷ୍ଟ ଶୁଣାଯାଇଥିଲା ।

ପରେ ଅନ୍ଫି‌ଲ୍ଡ ଅମ୍ପାୟର ଜୋଏଲ ୱିଲସନ କୌଣସି ନିଷ୍ପତ୍ତି ଶୁଣାଇନଥିଲେ ମଧ୍ୟ ଟିଭି ଅମ୍ପାୟାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ତୃତୀୟ ଅମ୍ପାୟର ଗୁଣତିଳକା ଜାଣିଶୁଣି ଏପରି କରିଥିବା ଜାଣି ଆଉଟ ନିଷ୍ପତ୍ତି ଦେଇଥିଲେ ।

ଏହା ଡିସେମ୍ବର 8, 2019 ପରେ ଅନ୍ତର୍ଜାତୀୟ କ୍ରିକେଟରେ ଫିଲ୍ଡିଂରେ ବାଧାଦେବା ଯୋଗୁଁ ଆଉଟହେବା ପ୍ରଥମ ଘଟଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.