ETV Bharat / sports

ପାକିସ୍ତାନ ବୋଲରଙ୍କ ମୁହଁରେ ବିରାଟ ମହାନ ଖେଳାଳି - ବିରାଟ ମହାନ ଖେଳାଳି ନ୍ୟୁଜ

ପାକିସ୍ତାନ କ୍ରିକେଟର ମହମ୍ମଦ ଆମୀର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ବିରାଟ କୋହଲିଙ୍କୁ ଆଇସିସି ଆୱାର୍ଡ 'ଅବସରରେ ସ୍ପିରିଟ ଅଫ ଦ କ୍ରିକେଟ' ଆୱାର୍ଡ ମିଳିଛି । ଏହାପରେ ପାକିସ୍ତାନ ଆମୀର ବିରାଟଙ୍କ ଉଦ୍ଦେଶ୍ୟରେ ମହାନ ଖେଳାଳିଙ୍କ ମହାନ କଥା ବୋଲି ଲେଖିଛନ୍ତି । ଅଧିକ ପଢନ୍ତୁ...

ବିରାଟ ମହାନ ଖେଳାଳି
Great words from great player
author img

By

Published : Jan 16, 2020, 3:13 PM IST

ହାଇଦ୍ରାବାଦ: ପାକିସ୍ତାନ କ୍ରିକେଟର ମହମ୍ମଦ ଆମୀର ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ବିରାଟ କୋହଲିଙ୍କୁ ଆଇସିସି ଆୱାର୍ଡ 'ଅବସରରେ ସ୍ପିରିଟ ଅଫ ଦ କ୍ରିକେଟ' ଆୱାର୍ଡ ମିଳିଛି । ଏନେଇ ଆଇସିସି ପକ୍ଷରୁ ବିରାଟ କୋହଲିଙ୍କ ଏକ ଭିଡିଓ ପୋଷ୍ଟ କରାଯାଇଛି ।

Great words from great player
ଫଟୋ ସୌଜନ୍ୟ: twitter@ICC

ଏଥିରେ ପାକିସ୍ତାନ ଫାଷ୍ଟ ବୋଲର ମହମ୍ମଦ ଆମୀର ବିରାଟଙ୍କ ଉଦ୍ଦେଶ୍ୟରେ ମହାନ ଖେଳାଳିଙ୍କ ମହାନ କଥା ବୋଲି ଲେଖିଛନ୍ତି । ତେବେ ଭାରତ-ପାକିସ୍ତାନ ମ୍ୟାଚ ବେଳେ କୋହଲି ଓ ଆମୀରଙ୍କ ମଧ୍ୟରେ କଡା ପ୍ରତୀଦୋନ୍ଦ୍ବିତା ଦେଖିବାକୁ ମିଳେ । ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସର୍ବଦା ଫାଷ୍ଟ ବୋଲରଙ୍କୁ ଏନେଇ ଗର୍ବ କରେ । ଭାରତୀୟ ବ୍ୟାଟ୍ସମ୍ୟାନ ଓ ପାକିସ୍ତାନ ବୋଲରଙ୍କ ମଧ୍ୟରେ ଜୋରଜାର ଟକ୍କର ହୋଇଥାଏ । ତେବେ ପାକିସ୍ତାନର ଷ୍ଟାର ବୋଲର ଆମୀର, କୋହଲିଙ୍କୁ ନେଇ କରିଥିବା ଟିପ୍ପଣୀକୁ ନେଇ ଚର୍ଚ୍ଚା ଜୋର ଧରିଛି ।

2019 ଦିନିକିଆ ବିଶ୍ବକପରେ ଭାରତ- ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଷ୍ଟିଭ ସ୍ମିଥଙ୍କୁ କିଛି ଦର୍ଶକ ଚିଡାଇଥିଲେ । ସ୍ମିଥ ଏହା ପୂର୍ବରୁ ଗୋଟିଏ ବର୍ଷ ବଲ ଟ୍ୟାମ୍ପରିଂ ଅଭିଯୋଗରେ ବାସନ୍ଦାଦେଶ ଭୋଗିଥିଲେ । ତେବେ ବ୍ୟାଟିଂରେ ଅଷ୍ଟ୍ରେଲିଆ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ ସ୍ମିଥ । ସ୍ମିଥଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ବଦଳରେ ଭାରତୀୟ ଦର୍ଶକ ଚିଡାଇବାକୁ ନାପସନ୍ଦ କରିଥିଲେ କୋହଲି । ଏଥିସହିତ ଭାରତୀୟ ପ୍ରଶଂସକଙ୍କୁ ସ୍ମିଥଙ୍କ ପାଇଁ ତାଳିମାରି ଉତ୍ସାହିତ କରିବାକୁ ଇସାରା କରିଥିଲେ । ଆଇସିସି ଦିନିକିଆ ବିଶ୍ବକପର ଏହି ଘଟଣା ପାଇଁ କୋହଲିଙ୍କୁ ଆଇସିସି 'ସ୍ପିରିଟ ଅଫ ଦ କ୍ରିକେଟ' ଆୱାର୍ଡରେ ମିଳିଛି ।

Intro:Body:

bgbn

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.