ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ଆପକୁ ଗମ୍ଭୀରଙ୍କ ପାଲଟା ଆକ୍ରମଣ । ତାଙ୍କୁ ଟ୍ରୋଲ କରିବା ପାଇଁ ଲଗାଯାଇଥିବା ପୋଷ୍ଟର ଓ ତାଙ୍କ ଜିଲାପି ଖାଇବା ଘଟଣାର ଜବାବ ଦେଲେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । କହିଲେ "ଯଦି ମୋ ଜିଲାପି ଖାଇବା ପାଇଁ ଦିଲ୍ଲୀ ପ୍ରଦୂଷଣ ବଢୁଛି ତେବେ ମୁଁ ଜିଲାପି ଖାଇବା ଛାଡି ଦେବି ।"
ଗମ୍ଭୀର ପୁଣି କହିଛନ୍ତି, " ଦିଲ୍ଲୀ ପ୍ରଦୂଷଣ ପାଇଁ ଯେତେ କାମ ମୁଁ ଗତ 5 ମାସ ଭିତରେ କରିଛି । ତାହାର ଏକପ୍ରତିଶତ ମଧ୍ୟ ଦିଲ୍ଲୀ ସରକାର କରିନାହାଁନ୍ତି। ମୋତେ 10 ମିନିଟ ଭିତରେ ଟ୍ରୋଲ କରିବା ବଦଳରେ ଯଦି ଏତିକି ସମୟ ଦିଲ୍ଲୀ ପ୍ରଦୂଷଣ କଥା ଚିନ୍ତା କରିଥାନ୍ତେ, ତାହାଲେ ଆଜି ଦିଲ୍ଲୀର ଏପରି ଅବସ୍ଥା ହୋଇ ନଥାନ୍ତା । "