ETV Bharat / sports

ବୁଧବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ଦାଦା, ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ପରେ ବିିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର । ଡାକ୍ତରଙ୍କ ଅନୁସାରେ ବୁଧବାର ହସ୍ପିଟାଲରୁ ଡିସଚାର୍ଜ ହେବେ । ଅଧିକ ପଢନ୍ତୁ...

author img

By

Published : Jan 5, 2021, 4:10 PM IST

Updated : Jan 5, 2021, 4:23 PM IST

Ganguly's situation stable, will be discharged from hospital tomorrow
ଗାଙ୍ଗୁଲି ବୁଧବାର ହସ୍ପିଟାଲରୁ ହେବେ ଡିସ୍‌ଚାର୍ଜ, ସ୍ବାସ୍ଥ୍ୟବସ୍ଥା ସ୍ଥିର

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ବୁଧବାର ହସ୍ପିଟାଲରୁ ଘରକୁ ଯିବେ । ଏଥିସହ ପ୍ରତିଦିନ ତାଙ୍କ ଘରେ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିବେ । ମଙ୍ଗଳବାର ଗାଙ୍ଗୁଲି ଭର୍ତ୍ତି ହୋଇଥିବା ଉଡଲାଣ୍ଡସ ହସ୍ପିଟାଲ ଏମଡି ଓ ସିଇଓ ରୁପାଲି ବାସୁ ଏନେଇ ସୂଚନା ଦେଇଛନ୍ତି ।

ହସ୍ପିଟାଲରୁ ବୁଧବାର ଡିସ୍‌ଚାର୍ଜ ହେବେ ଦାଦା, ସ୍ବାସ୍ଥ୍ୟାବସ୍ଥା ସ୍ଥିର

48 ବର୍ଷୀୟ ଗାଙ୍ଗୁଲି ପ୍ରାୟ 2-3 ସପ୍ତାହ ପରେ ମେଡିକାଲ ପ୍ରକ୍ରିୟାର ପରବର୍ତ୍ତୀ କୋର୍ସ ପାଇଁ ପ୍ରସ୍ତୁତ ହେବେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପୂର୍ବତନ ଭାରତୀୟ କ୍ୟାପଟେନଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ସୂଚନା ଦେବାବେଳେ ଏହା କହିଛନ୍ତି ଡାକ୍ତର ରୁପାଲି ବାସୁ ।

ଦେଶର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଦେବୀ ସେଟ୍ଟୀ, ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା 9ଜଣିଆ ଡାକ୍ତରୀ ଟିମଙ୍କୁ ସାକ୍ଷାତ କରିଥିଲେ । ଏହାପରେ ସର୍ବସମ୍ମତି କ୍ରମେ ପରବର୍ତ୍ତୀ ଚିକିତ୍ସା ଓ ନିୟମିତ ସ୍ବାସ୍ଥ୍ୟ ତଦାରଖ ନେଇ ନିଷ୍ପତ୍ତି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2021, 4:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.