ETV Bharat / sports

ହସ୍ପିଟାଲରେ ଗାଙ୍ଗୁଲି, ଅଧିକ ଚିକିତ୍ସା ନେଇ ସୋମବାର ନିଷ୍ପତ୍ତି - ସୌରଭ ଗାଙ୍ଗୁଲି ଅସୁସ୍ଥ

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଟିମ ତୀକ୍ଷ୍ଣ ନଜର ରଖିଛନ୍ତି । ଅଧିକ ପଢନ୍ତୁ...

Ganguly's further treatment plan to be discussed on Monday: Hospital
ହସ୍ପିଟାଲରେ ଗାଙ୍ଗୁଲି, ଅଧିକ ଚିକିତ୍ସା ନେଇ ସୋମବାର ନିଷ୍ପତ୍ତି
author img

By

Published : Jan 3, 2021, 4:56 PM IST

କୋଲକାତା: ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ପାଇଁ ଶନିବାର ରାତି ସାମାନ୍ୟ ନଥିଲା । ସାରା ରାତି ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ରହିବାକୁ ପଡିଛି । ତେବେ ସୋମବାର ଅଧିକ ଚିକିତ୍ସା ନେଇ ଡାକ୍ତରୀ ଟିମ ନିଷ୍ପତ୍ତି କରିବେ । ଏକ ମେଡିକାଲ ବୁଲେଟିନରେ ଉଡଲାଣ୍ଡସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଏଥିସହିତ ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଟିମ ତୀକ୍ଷ୍ଣ ନଜର ରଖିଛନ୍ତି । ପ୍ରତି ସମୟରେ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି ।

ଗାଙ୍ଗୁଲି ଶନିବାର ଅପରାହ୍ନ ପ୍ରାୟ 1.00 ସୁଦ୍ଧା ଛାତିରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଓ ମୁଣ୍ଡ ବୁଲେଇବା ନେଇ ଅନୁଭବ କରିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦିନ 11.00 ସୁଦ୍ଧା ଘରୋଇ ଜିମରେ ବ୍ୟାୟମ କରୁଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ ।

ଶନିବାର ସକାଳ 10 ସୁଦ୍ଧା ପୁନର୍ବାର ECG କରାଯିବା ପରେ ରିପୋର୍ଟ ସନ୍ତୋଷଜନକ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ପରେ ଗାଙ୍ଗୁଲିଙ୍କୁ SARS-COV-2 ଭାଇରସ ପାଇଁ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗଟିଭ ଥିବା ଜଣାପଡିଥିଲା ।

ପୂର୍ବରୁ ଶନିବାର ରାତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଡଲାଣ୍ଡ ହସ୍ପିଟାଲ ଗସ୍ତ କରିଥିଲେ । ଗାଙ୍ଗୁଲିଙ୍କ ସହ କଥା ହେବା ସହ ସେ ସୁସ୍ଥ ଥିବା ଗଣମାଧ୍ୟମଙ୍କୁ ସୂଚନା ଦେଇଥିଲେ ମମତା । ଏଥିସହ ଠିକ୍ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଠିକ ନିଷ୍ପତ୍ତି ନେଇଥିବାରୁ ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଥିଲେ । "ତାଙ୍କ ଭଳି ଜଣେ ଅନ୍ତର୍ଜାତୀୟ କ୍ରୀଡାବିତ ନିୟମିତ ଚେକ୍ଅପ କରାଉନଥିବା ଭାବିପାରୁନାହାନ୍ତି । ମ୍ୟାଚ ପୂର୍ବରୁ ସମସ୍ତ କ୍ରିକେଟରଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ଅଭିଷେକ ଡାଲମିୟାଙ୍କୁ ପରାମର୍ଶ ଦେଇଥିବା ମମତା କହିଥିଲେ ।

ଗତ ବୁଧବାର, ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ସଭାପତି ଅଭିଷେକ ଡାଲମିୟାଙ୍କ ସହ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ନେଇ ଇଡେନ ଗାର୍ଡେନ ପରିଦର୍ଶନରେ ଯାଇ ସମୀକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.