ETV Bharat / sports

'ଜନ ରୋଷେଇ' କ୍ୟାଣ୍ଟିନ ଉଦ୍‌ଘାଟନ କଲେ ବିଜେପି ସାଂସଦ ଗୌତମ ଗମ୍ଭୀର - canteen in East Delhi

ରାଜଧାନୀ ଦିଲ୍ଲୀରେ ଆଉ କେହି ରହିବେନି ଭୋକିଲା । ଏଥର ମିଳିବ 1 ଟଙ୍କାରେ ଗୋଟିଏ ପ୍ଲେଟ ଖାଇବା । ଅଧିକ ପଢନ୍ତୁ...

Gambhir inaugurates 'Jan Rasoi' canteen in East Delhi
'ଜନ ରୋଷେଇ' କ୍ୟାଣ୍ଟିନ ଉଦ୍‌ଘାଟନ କଲେ ବିଜେପି ସାଂସଦ ଗୌତମ ଗମ୍ଭୀର
author img

By

Published : Dec 24, 2020, 6:33 PM IST

ନୂଆଦିଲ୍ଲୀ: ଭାରତ ବିଶ୍ବରେ ସାମରିକ, ଅର୍ଥନୈତିକ, ବାଣିଜ୍ୟିକ ତଥା ସମସ୍ତ କ୍ଷେତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଉଛି । ମାତ୍ର ଏବେବି ବି ଦେଶରେ ଜନସଂଖ୍ୟାର ଏକ ସ୍ବଳ୍ପ ଭାଗ ଅଛନ୍ତି, ଯାହାଙ୍କୁ ଅର୍ଥାଭାବରୁ ପେଟପୁରା ଖାଇବାକୁ ସଂଘର୍ଷ କରିବାକୁ ପଡେ । ତେବେ ରାଜଧାନୀ ଦିଲ୍ଲୀରେ ଆଉ କେହି ଭୋକିଲା ରହିବେନି । ଏଥର ମିଳିବ ଟଙ୍କାଏରେ ଗୋଟିଏ ପ୍ଲେଟ ଖାଇବା ।

  • वादे नहीं, इरादे लाया हूँ...

    ना मन्दिर से आरती, ना मस्जिद से आज़ान लाया हूँ...

    ना राम का वास्ता, ना मोहम्मद की दुआ लाया हूँ...

    इंसान हूँ, इंसान के लिए दो रोटी लाया हूँ....

    वादे नहीं, इरादे लाया हूँ... #JanRasoi #FoodForAll pic.twitter.com/pFDm0MLWaR

    — Gautam Gambhir (@GautamGambhir) December 24, 2020 " class="align-text-top noRightClick twitterSection" data=" ">

ପୂର୍ବ ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀର ଗାନ୍ଧି ନଗର ମାର୍କେଟ(ନିଜ ସଂସଦୀୟ କ୍ଷେତ୍ର) ରେ 'ଜନ ରୋଷେଇ' ନାମକ ଏକ କ୍ୟାଣ୍ଟିନ୍ ଉଦ୍‌ଘାଟନ କରିଛନ୍ତି । ଯେଉଁ କ୍ୟାଣ୍ଟିନରେ ଗୋଟିଏ ପ୍ଲେଟ୍ ଖାଇବାର ମୂଲ୍ୟ ଏକଟଙ୍କା ରହିଛି । 1 ଟଙ୍କାରେ ଜନ ରୋଷେଇ କ୍ୟାଣ୍ଟିନରେ କେହିବି ପେଟ ପୁରା ଖାଇପାରିବେ । ପୁଷ୍ଟିକର, ସ୍ବଚ୍ଛ ଓ ଖାଦ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ମିଳିବ । ପ୍ରାୟ 500 ଲୋକ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟାରେ ରହିଛନ୍ତି । ପ୍ରଥମ ଥର ଖାଇବା ପରେ ଦ୍ବିତୀୟ ଥର ଚାହିଁଲେ ମଧ୍ୟ ମିଳିବ । ଖାଦ୍ୟରେ ଭାତ, ଡାଲି, ଓ ସ୍ବତନ୍ତ୍ର ଦିନରେ ପରିବା ତରକାରୀ ମିଳିବ ।

ପୂର୍ବ ଦିଲ୍ଲୀର ଭିନ୍ନଭିନ୍ନ ସ୍ଥାନରେ ଆଉ 5ରୁ 6ଟି ଏପରି କ୍ୟାଣ୍ଟିନ ଖୁବଶୀଘ୍ର ଖୋଲିବାନେଇ ପ୍ରଥମ କ୍ୟାଣ୍ଟିନ ଉଦ୍‌ଘାଟନ ଅବସରରେ ଘୋଷଣା କରିଛନ୍ତି ଗମ୍ଭୀର । ପରବର୍ତ୍ତୀ 'ଜନ ରୋଷେଇ' ମୟୂର ବିହାର ରୋଷେଇରେ ଖୋଲିବ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ମହାମାରୀ କୋଭିଡ-19 ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରାଯିବ । ଏଥିସସହ ଏକ ସମୟରେ କ୍ୟାଣ୍ଟିନରେ 50 ଜଣ ବ୍ୟକ୍ତି ଖାଇପାରିବେ ବୋଲି କହିଛନ୍ତି କ୍ରିକେଟରରୁ ସାଂସଦ ବନିଥିବା ଗୌତମ ଗମ୍ଭୀର ।

କ୍ୟାଣ୍ଟିନରେ ଯେଉଁ କର୍ମଚାରୀମାନେ ଖାଦ୍ୟ ପ୍ରସ୍ତୁତ କରିବେ, ସେମାନଙ୍କ ଦରମା ପାଇଁ ଏକ ଟଙ୍କା କେବଳ ନିଆଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଗମ୍ଭୀର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.