ଅଲାପ୍ପୁଝା(କେରଳ): ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଏମ ସୁରେଶ କୁମାରଙ୍କ ଆତ୍ମହତ୍ୟା । ତାଙ୍କୁ ନିଜ ଅଲାପ୍ପୁଝା ସ୍ଥିତ ବାସଭବନରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । କ୍ରିକେଟର ସୁରେଶ କୁମାରଙ୍କୁ ତାଙ୍କ ପୁଅ ପ୍ରଥମେ ଦେଖିବାକୁ ପାଇଥିଲେ ।
ବର୍ଷ 1990ରେ ରାହୁଲ ଦ୍ରାବିଡଙ୍କ 19 ବର୍ଷରୁ କମ ଟିମର ସଦସ୍ୟ ରହିଥିଲେ ସୁରେଶ କୁମାର । କ୍ରିକେଟରୁ ଅବସର ପରେ ରେଳ ବିଭାଗରେ କାର୍ଯ୍ୟରତ ଥିଲେ । ଉମ୍ରି ନାମରେ ସେ ବେଶ ପରିଚିତ । କେରଳ ପକ୍ଷରୁ ସେ ଅନେକ ମ୍ୟାଚ ଖେଳିଛନ୍ତି ।
51ଟି ଲିଷ୍ଟ ଏ ମ୍ୟାଚରୁ 433 ରନ ସହ 52 ୱିକେଟ ଅକ୍ତିଆର କରିଛନ୍ତି । 1994-95 ରଣଜୀ ସିଜିନରେ ତାମିଲନାଡୁକୁ ପ୍ରଥମ ଥର ପାଇଁ ହରାଇଥିଲା କେରଳ । ଏହି ଟିମର ପ୍ରମୁଖ ସଦସ୍ୟ ରହିଥିଲେ ସୁରେଶ କୁମାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ