ନୂଆଦିଲ୍ଲୀ:ଅଣ୍ଡର-19 ବିଶ୍ବକପ ଓ ଆଇପିଏଲରେ ନିଜ ଛାପ ଛାଡିବାର 13ବର୍ଷ ପରେ ଫାଷ୍ଟ ବୋଲର ପ୍ରଦୀପ ସାଙ୍ଗଓ୍ବାନ ଏବେ ଦିଲ୍ଲୀ କ୍ୟାପିଟଲ୍ସର ନେଟ ବୋଲର ଭାବେ ୟୁଏଇ ଗସ୍ତ କରିବେ । ତାଙ୍କ ସହ ପଓ୍ବନ ସୁୟାଲ ମଧ୍ୟ ରହିଛନ୍ତି । 5ଜଣ ନେଟ ବୋଲର ୟୁଏଇ ଯିବେ ।
ଡିଡିସିଏର ଜଣେ ଅଧିକାରୀ କହିଛନ୍ତି, ସାଙ୍ଗଓ୍ବାନ ଓ ସୁୟାଲ ନେଟ ବୋଲର ଭାବେ ଯାଉଛନ୍ତି । ହର୍ଷ ତ୍ୟାଗୀ ଓ ପ୍ରଂଶୁ ମଧ୍ୟ ତାଙ୍କ ସହ ଯିବେ । ହର୍ଷ ଅଣ୍ଡର 19ରୁ ଦିଲ୍ଲୀ ପାଇଁ ଖେଳୁଛନ୍ତି । ରଜତ ଗୋଏଲ ସ୍ଥାନୀୟ କ୍ଲବ ଓ ବବି ଯାଦବ ଉତ୍ତରପ୍ରଦେଶ ପାଇଁ ଖେଳନ୍ତି ।
2013ରେ ପ୍ରଦୀପ ଡୋପ ଟେଷ୍ଟରେ ଫେଲ ହୋଇଥିଲେ । ବିସିସିଆଇ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା , ତେବେ ବୋର୍ଡ ଦ୍ବାରା ଏପରି ପ୍ରତିବନ୍ଧକ ଭୋଗିଥିବା ପ୍ରଥମ ଭାରତୀୟ ଖେଳାଳି ।