ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରିମିୟର ଲିଗ୍ (KPL)ର ବେଟିଂ ଓ ସ୍ପଟ ଫିକ୍ସିଂରେ ଜଡ଼ିତ ସନ୍ଦେହରେ ପୂର୍ବତନ ଭାରତୀୟ ବୋଲର ଅଭିମନ୍ୟୁ ମିଥୁନଙ୍କୁ ପଚରା ଉଚାର କରୁଛି ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ । କ୍ରାଇମ ବ୍ରାଞ୍ଚର ଯୁଗ୍ମ କମିଶନର ସନ୍ଦୀପ ପାଟିଲ ଏହି ସୂଚନା ଦେଇଛନ୍ତି ।
ମିଥୁନ ଗତ ସଂସ୍କରଣରେ ଶିବମୋଗା ଲାୟନ୍ସ ଦଳର ନେତୃତ୍ୱ ନେଇଥିଲେ । ମିଥୁନ ଟିମ୍ ଇଣ୍ଡିଆ ପାଇଁ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ ଖେଳିଛନ୍ତି । ସେ 4ଟି ଟେଷ୍ଟ ଓ 4ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହି ଫିକ୍ସିଂ ସ୍କାଣ୍ଡାଲରେ ଏପର୍ଯ୍ୟନ୍ତ ଖେଳାଳି, କୋଚ୍ ଓ ଅଫିସିଆଲଙ୍କୁ ମିଶାଇ 8 ଜଣ ଗିରଫ ହୋଇଛନ୍ତି ।
ଉଲ୍ଲେଖଥାଉ କି, ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କର୍ଣ୍ଣାଟକ ପକ୍ଷରୁ ଖେଳୁଛନ୍ତି ମିଥୁନ । ଶୁକ୍ରବାର ସେ ହ୍ୟାଟ୍ରିକ୍ ସହ ଗୋଟିଏ ଓଭରରେ 5 ୱିକେଟ ହଲ ଅକ୍ତିଆର କରିଛନ୍ତି । ଏହା ପୂର୍ବରୁ ଚଳିତବର୍ଷ ଅଭିମନ୍ୟୁ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ ୱିକେଟ ନେଇଥିଲେ ।