ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଓପନର ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ । 73 ବର୍ଷୀୟ ଚୌହାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିଟେନ ମନ୍ତ୍ରୀ ମଧ୍ୟ ରହିଛନ୍ତି ।
ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯିବା କାରଣରୁ ତାଙ୍କୁ ଗୁରୁଗ୍ରାମର ଏକ ମେଡିକାଲରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଜୁଲାଇ 12ରେ ସେ କୋଭିଡ-19 ସଂକ୍ରମଣର ଶିକାର ହୋଇଥିଲେ । ଏହାପରଠାରୁ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲ ଲକ୍ଷ୍ନୌରେ ସାଙ୍କର ଚିକିତ୍ସା ଚାଲିଥିଲା ।
ତେବେ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିବା ପରେ ତାଙ୍କୁ ଗ୍ରୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ଏକ କିଡନୀ ମଧ୍ୟ କାମ କରିବା ବନ୍ଦ କରିଥିବା ସୂଚନା ରହିଛି । ଏହାପରେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଜଣେ ଡିଡିସିଏ ସିନିୟର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ସଂଗ୍ରାମରେ ସେ ବିଜୟୀ ହେବାକୁ ପ୍ରାର୍ଥନା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ