ପଣଜି: ଗୋଆ ସ୍ପିନର ସଦାବ ଜକତି ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ଜକତି ପୂର୍ବରୁ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ।
ପରେ ଗୁଜରାଟ ଲାୟନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟିମର ସଦସ୍ୟ ମଧ୍ୟ ଥିଲେ । ଜକତି ବର୍ଷ 1998-19ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ । ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ପଞ୍ଜାବ ବିପକ୍ଷରେ ସେ ଅକ୍ଟୋବର 2017 ରେ ଖେଳିଥିଲେ । ମୋଟ 92 ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ 275 ୱିକେଟ ଅକ୍ତିଆର କରିଛନ୍ତି ଏହି ଗୋଆ ସ୍ପିନର ।
ଜକତି ଟ୍ବିଟ ଜରିଆରେ ନିଜ ଅବସରକାଳୀନ ବାର୍ତ୍ତା ରଖିଛନ୍ତି । ସେ ଲେଖିଛନ୍ତି ଯଦିଓ 'ସେ ପ୍ରାୟ ବର୍ଷେ ହେବ ବେଶୀ କ୍ରିକେଟ ମ୍ୟାଚ ଖେଳିନାହାଁନ୍ତି, ତେବେ କ୍ରିକେଟକୁ ସେ କେବେ ଦୂରେଇ ନାହାଁନ୍ତି । ଏଥିସହିତ ଦୀର୍ଘ 23 ବର୍ଷ ଧରି କ୍ରିକେଟ ସ୍ବପ୍ନକୁ ଜୀବନ୍ତ ରଖିବାକୁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ସଦାବ ଜକତି ।
![Shadab Jakati retiresShadab Jakati retires](https://etvbharatimages.akamaized.net/etvbharat/prod-images/5516104_dh.jpg)