ETV Bharat / sports

ରାଜ୍ୟ କ୍ରିକେଟ ବୋର୍ଡର ପ୍ରଥମ ମହିଳା ସଭାପତି ହେଲେ ରୂପା ଗୁରୁନାଥ - ତାମିଲନାଡୁ କ୍ରିକେଟ ଆସୋସିଏସନ

ତାମିଲନାଡୁ କ୍ରିକେଟ ଆସୋସିଏସନର ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ବିସିସିଆଇର ଅଧ୍ୟକ୍ଷ ଏନ ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ।

ଡିଜାଇନ ଫଟୋ
author img

By

Published : Sep 26, 2019, 9:35 PM IST

ତାମିଲନାଡୁ: ଶେଷ ହୋଇଛି ତାମିଲନାଡୁ କ୍ରିକେଟ ଆସୋସିଏସନ (TNCA)ର ନିର୍ବାଚନ । ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ରୂପା ଗୁରୁନାଥ । ସଭାପତି ପଦ ପାଇଁ ସେ ଏକ ମାତ୍ର ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିସିସିଆଇ ଅନୁମୋଦିତ କୌଣସି ରାଜ୍ୟ କ୍ରିକେଟ ବୋର୍ଡର ପ୍ରଥମ ମହିଳା ସଭାପତି ହୋଇଛନ୍ତି ରୂପା ।

TNCA
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରୂପା ଗୁରୁନାଥଙ୍କ ଆଉଏକ ବଡ ପରିଚୟ ମଧ୍ୟ ରହିଛି । ସେ ପୂର୍ବତନ ବିସିସିଆଇର ଅଧ୍ୟକ୍ଷ ଏନ ଶ୍ରୀନିବାସନଙ୍କ ଝିଅ ଏବଂ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସ(CSK)ର ପୂର୍ବତନ ପରିଚାଳନା ଅଧ୍ୟକ୍ଷ ଗୁରୁନାଥ ମୈୟାପ୍ପାନଙ୍କ ପତ୍ନୀ । 2013 ଆଇପିଏଲରେ ସ୍ପଟ୍ ଫିକ୍ସଙ୍ଗ ଘଟଣାରେ ମୁମ୍ବାଇ ପୋଲିସ ଗୁରୁନାଥ ମୈୟାପ୍ପାନଙ୍କୁ ଗିରଫ କରିଥିଲା ।

ଏନ ଶ୍ରୀନିବାସନ ବିସିସିଆଇର କୌଣସି ପଦରେ ରହିବା ନେଇ ବାସନ୍ଦ ଲଗାଇଛନ୍ତି ସୁପ୍ରିମ କୋର୍ଟ । ଚେନ୍ନାଇ ସୁପର କିଙ୍ଗସ ଦଳ ସହିତ ବାଣିଜ୍ୟିକ ସ୍ବାର୍ଥ ଥିବାରୁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.