ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବ୍ରୁସ ୟାର୍ଡଲୀଙ୍କ 71 ବର୍ଷ ବୟସରେ ପରଲୋକ ହୋଇଛି। କ୍ୟାନସର ରୋଗରେ ପଡିତ ଥିଲେ ବ୍ରୁସ। 30 ବର୍ଷ ବୟସରେ ସେ ନିଜ କ୍ରିକେଟକ୍ୟାରିଅର ଆରମ୍ଭ କରିଥିଲେ।
ବୁଧବାର ସେ ପଶ୍ଚିମ ଅଷ୍ଟ୍ରେଲିଆର କୁନୁନୁରା ଜିଲ୍ଲାହସ୍ପିଟାଲରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ବ୍ରୁସ ନିଜ କ୍ରିକେଟ କ୍ୟାରିଅରରେ ପ୍ରଥମେ ମିଡିୟମ ପେସ ବୋଲିଂ କରୁଥିଲେ । ପରେ ସେ ଜଣେ ଅଫ ସ୍ପିନର ଭାବେ ଦଳରେ ସାମିଲ ହୋଇଥିଲେ। ପଶ୍ଚିମ ଅଷ୍ଟ୍ରେଲିଆର ମିଡଲ୍ୟାଣ୍ଡରେ ୫ ସେପ୍ଟେମ୍ବର, ୧୯୪୭ରେ ସେ ଜନ୍ମ ଗ୍ରହଣ କରିଥିଲେ।
କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକର୍ତ୍ତାକେଭିନ ରବର୍ଟ୍ସ ୟାର୍ଡଲୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ କ୍ରିକେଟରେ ୟାର୍ଡଲୀଙ୍କ ସ୍ଥାନ ସ୍ୱତନ୍ତ୍ର। ସେ ମଇଦାନ ଭିତରେ ଓ ବାହାରେ ଅନେକ କୀର୍ତ୍ତିମାନ ହାସଲ କରିଛନ୍ତି ବୋଲି କହିଛନ୍ତି ରବର୍ଟ୍ସ।