ETV Bharat / sports

ଆଜି ପୁନେରେ ପ୍ରଥମ ଦିନିକିଆ, ଟିମ ଇଣ୍ଡିଆ ଟାର୍ଗେଟରେ ଦିନିକିଆ ସିରିଜ

ଟେଷ୍ଟ ଓ ଟି20 ସିରିଜ ବିଜୟ ପରେ ଟିମ ଇଣ୍ଡିଆ ଟାର୍ଗେଟରେ ଦିନିକିଆ ସିରିଜ । ଇଂଲଣ୍ଡ ଓ ଭାରତ ମଧ୍ୟରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ପୁନେରେ ଖେଳାଯିବ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଅଧିକ ପଢନ୍ତୁ...

author img

By

Published : Mar 23, 2021, 12:39 PM IST

Focus on Dhawan as India eye winning start in ODI series against England
ଆଜି ପୁନେରେ ପ୍ରଥମ ଦିନିକିଆ, ଟିମ ଇଣ୍ଡିଆ ଟାର୍ଗେଟରେ ଦିନିକିଆ ସିରିଜ

ପୁନେ: ଟେଷ୍ଟ ଓ ଟି20 ସିରିଜ ବିଜୟ ପରେ ଟିମ ଇଣ୍ଡିଆ ଟାର୍ଗେଟରେ ଦିନିକିଆ ସିରିଜ । ମଙ୍ଗଳବାର ବିଶ୍ବକପ ବିଜେତା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ପୁନେରେ ଖେଳାଯିବ ଏହି ମ୍ୟାଚ । ଭ୍ରମଣକାରୀ ଇଂଲଣ୍ଡ ସମ୍ମାନରକ୍ଷା ସହ ଗସ୍ତ ଶେଷ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଦମଦାର ଫର୍ମରେ ଥିବା ବିରାଟ ବାହିନୀ କିନ୍ତୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ।

Focus on Dhawan as India eye winning start in ODI series against England
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ପୁନେ

ଦିନିକିଆ ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ । ଫଳରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଦେଖିବାକୁ ମିଳିବାରେ କଡା ଟକ୍କର । ଏହି ମ୍ୟାଚରେ ଟିମ ଇଣ୍ଡିଆ ଓପନର ଶିଖର ଧାୱନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଅହମ୍ମଦାବାଦରେ ସଦ୍ୟ ସମାପ୍ତ ହୋଇଥିବା ଟି20 ସିରିଜର ପ୍ରଥମ ମ୍ୟାଚରେ ଧାୱନଙ୍କୁ ସୁଯୋଗ ମିଳିଥିଲା । ମାତ୍ର ବ୍ୟାଟିଂରେ ଫେଲ୍‌ ମାରିବା କାରଣରୁ ତାଙ୍କୁ ପରବର୍ତ୍ତୀ ମ୍ୟାଚ ଗୁଡିକରେ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା । ତେବେ 35 ବର୍ଷୀୟ ଧାୱନ ଓ ରୋହିତ ଶର୍ମା ପ୍ରଥମ ଦିନିକିଆରେ ଓପନିଂ କରିବେ ବୋଲି ମ୍ୟାଚ ପୂର୍ବର ସାମ୍ବାଦିକ ସମ୍ମିଳନୀରେ ସୋମବାର ସ୍ପଷ୍ଟ କରିଛନ୍ତି କ୍ୟାପଟେନ ବିରାଟ କୋହଲି ।

ଟିମ ମ୍ୟାନଜେମେଣ୍ଟ ପାଖରେ ଶୁଭମନ ଗିଲ୍‌ ଓ ବାହାରେ ଥିବା ପୃଥୀ ଶ ଓ ଦେବଦତ୍ତ ପାଦିକ୍କଲଙ୍କ ରୂପରେ ଯୁବ ଦକ୍ଷ ଓପନର ବିକଳ୍ପ ରହିଥିବାରୁ ଧାୱନଙ୍କ ପ୍ରଦର୍ଶନ ବେଶ ଗୁରୁତ୍ବପୂର୍ଣ ରହିଛି । ସେହିପରି କ୍ୟାପଟେନ ବିରାଟ କୋହଲି ଟି20 ସିରିଜରେ ଫେରିପାଇଥିବା ଫର୍ମକୁ ଦିନିକିଆ ସିରିଜରେ ବଳବତ୍ତର ରଖିବାକୁ ଚାହିଁବେ । ଦୀର୍ଘ ଦିନ ଧରି କୋହଲି ଏହି ଫର୍ମାଟରେ ଶତକ ହାସଲ କରିପାରିନାହାନ୍ତି । ଶେଷଥର ପାଇଁ (43ତମ ଶତକ) ବର୍ଷ 2019 ଅଗଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପୋର୍ଟ ଅଫ୍‌ ସ୍ପେନରେ ଶତକୀୟ ଇଂନିସ ଖେଳିଥିଲେ ।

ଦିନିକିଆ ଟ୍ରଫି

ଅନ୍ୟପଟେ ଉଭୟ ଋଷଭ ପନ୍ତ ଓ କେଏଲ ରାହୁଲଙ୍କୁ ବ୍ୟାଟିଂ କ୍ରମରେ ଦେଖିବାକୁ ମିଳିବାର ସମ୍ଭାବନା କମ ରହିଛି । ମଧ୍ୟକ୍ରମରେ ଶ୍ରେୟସ ଆୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ବୋଲିଂ ବିଭାଗ ପୁନର୍ବାର ଟି20 ସିରିଜ ଭଳି ଭୁବନେଶ୍ବର କୁମାର, ଶାର୍ଦ୍ଦୁଳ ଠାକୁର ସମ୍ଭାଳିପାରନ୍ତି । ସ୍ପିନର ସୁଲଦୀପ ଯାଦବ ଓ କ୍ରୁଣାଳ ପାଣ୍ଡ୍ୟାଙ୍କ ଠାରୁ ୟୁଜଭେନ୍ଦ୍ର ଚହଲ ଓ ୱାସିଂଟନଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ଅଧିକ ରହିଛି ।

ଅନ୍ୟପଟେ ଇଂଲଣ୍ଡ, କ୍ୟାପଟେନ ଇଆନ ମୋର୍ଗାନ, ଜସ ବଟଲର, ବେନ ଷ୍ଟୋକ୍ସ ଓ ଜନ୍ନି ବେୟାରଷ୍ଟୋଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ଆଦିଲ ରସିଦ ଓ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ସ୍ପିନ ଯୋଡି ଭାବେ ଦେଖିବାକୁ ମିଳିପାରେ । କୋଭିଡ-19 ସଂକ୍ରମଣ ଭୟ କାରଣରୁ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.