ETV Bharat / sports

ଇଡେନ ଟେଷ୍ଟ ବିଜୟରେ ଖୁସି ମନାଇଥିଲା ସାରା ଦେଶ: ଲକ୍ଷ୍ମଣ - ଇଡେନ ଗାର୍ଡନରେ ଲକ୍ଷ୍ମଣଙ୍କ ଶ୍ରେଷ୍ଠ ଇଂନିସ

ସିରିଜର 2ୟ ମ୍ୟାଚରେ ଇଡେନ ଗାର୍ଡନ ଟେଷ୍ଟରେ କ୍ୟାରିୟରର ଶ୍ରେଷ୍ଠ ଇଂନିସ ଖେଳିଥିଲେ ଭିଭିଏସ ଲକ୍ଷ୍ମଣ । 3ନଂ ସ୍ଥାନରେ ବ୍ୟାଟିଂ କରି 281 ରନର ମାରାଥନ ଇଂନିସ ଖେଳିଥିଲେ ।

Felt like whole country was celebrating with us: VVS Laxman on Eden Test
ଇଡେନ ଟେଷ୍ଟ ବିଜୟରେ ଖୁସିରେ ଝୁମିଥିଲା ସାରା ଦେଶ: ଲକ୍ଷ୍ମଣ
author img

By

Published : Jun 16, 2020, 12:28 PM IST

ହାଇଦ୍ରାବାଦ: ପୂର୍ବତନ କ୍ରିକେଟର ତଥା ବ୍ୟାଟିଂ ସ୍ପେଶାଲିଷ୍ଟ ଭିଭିଏସ ଲକ୍ଷ୍ମଣ, ବର୍ଷ 2001ରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବିଜୟର ସ୍ମୃତିଚାରଣ କରିଛନ୍ତି । ଲକ୍ଷ୍ମଣ କହିଛନ୍ତି, ଏହି ସିରିଜ ବିଜୟରେ ଟିମ ସହ ସାରା ଦେଶ ଖୁସି ମନାଇଥିଲା ।

ପ୍ରାୟ 15ଟି କ୍ରମାଗତ ଟେଷ୍ଟ ବିଜୟ ସହ ଭାରତ ପହଞ୍ଚିଥିଲା ଅଷ୍ଟ୍ରେଲିଆ ଟିମ । ଏହାପରେ 3 ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇ ଟେଷ୍ଟରେ ଭାରତକୁ ପରାସ୍ତ କରିଥିଲା । ତେବେ ପରେ ଇଡେନ ଗାର୍ଡେନ ଓ ଚେନ୍ନାଇ ଟେଷ୍ଟ ଜିତି ଭାରତୀୟ ଦଳ ଐତିହାସିକ ସିରିଜ ବିଜୟ ଲାଭ କରିଥିଲା ।

ଏହି ସିରିଜର 2ୟ ମ୍ୟାଚରେ ଇଡେନ ଗାର୍ଡନ ଟେଷ୍ଟରେ କ୍ୟାରିୟରର ଶ୍ରେଷ୍ଠ ଇଂନିସ ଖେଳିଥିଲେ ଲକ୍ଷ୍ମଣ । 3ନଂ ସ୍ଥାନରେ ବ୍ୟାଟିଂ କରି 281 ରନର ମାରାଥନ ଇଂନିସ ଖେଳିଥିଲେ । ରାହୁଲ ଦ୍ରାବିଡ 180 ରନର ବଳିଷ୍ଠ ଇଂନିସ ଖେଳିଥିଲେ । ପ୍ରଥମ ଇଂନିସରେ ମାତ୍ର 171 ରନରେ ଅଲଆଉଟ ପରେ, 2ୟ ଇଂନିସରେ ଭାରତୀୟ ଦଳ 657/7 ଘୋଷଣା କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ 445 ରନ କରିଥିଲା । ତେବେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ 2ୟ ଇଂନିସରେ 212 ରନରେ ରୋକିବା ସହ, 171 ରନରେ ବିଜୟୀ ହୋଇଥିଲା ଭାରତ । ଫଳରେ 3 ମ୍ୟାଚ ବିଶିଷ୍ଟ ସିରିଜ1-1ରେ ବରାବର ହୋଇଥିଲା ।

ଲକ୍ଷ୍ମଣ ମ୍ୟାଚ ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ । ସ୍ପିନର ହରଭଜନ ସିଂହ ଏହି ସିରିଜର ବୋଲିଂ ହିରୋ ରହିଥିଲେ । ଇଡେନ ଗାର୍ଡେନରେ ହାଟ୍ରିକ ୱିକେଟ ସହ ମୋଟ 32 ୱିକେଟ ଅକ୍ତିଆର କରିଥିଲେ । ହରଭଜନଙ୍କ ଏହି ପ୍ରଦର୍ଶନ ଶ୍ରେଷ୍ଠ ପ୍ରଦର୍ଶନ ବୋଲି କହିଛନ୍ତି ଲକ୍ଷ୍ମଣ । ତତ୍କାଳୀନ ଟିମ ଇଣ୍ଡିଆ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହରଭଜନଙ୍କ ଉପରେ ଭରସା କରି ଦଳରେ ସାମିଲ କରିଥିଲେ । ଟିମରେ ଅନିଲ କୁମ୍ବଲେ କିମ୍ବା ଜଗଭଲ ଶ୍ରୀନାଥଙ୍କ ପରି ଅଭିଜ୍ଞ ବୋଲର ନଥିଲେ । ମାତ୍ର ଯୁବ ଅଫସ୍ପିନର ହରଭଜନଙ୍କୁ କ୍ୟାପଟେନ ଗାଙ୍ଗୁଲି ଦଳରେ ସୁଯୋଗ ଦେଇଥିଲେ । ପରେ ଭଜି ଏହି ସିରିଜରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ବୋଲି ଲକ୍ଷ୍ମଣ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.