ETV Bharat / sports

‘ଇଟିଭି ଭାରତ’ରେ ପାକିସ୍ତାନୀ କ୍ରୀଡା ଉପସ୍ଥାପିକା ଜୈନବ ଅବାସ

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପାକିସ୍ତାନୀ କ୍ରୀଡା ଉପସ୍ଥାପିକା ଜୈନବ ଅବାସ, ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ନା ପାକିସ୍ତାନ ସୁପର ଲିଗ୍(ପିଏସଏଲ) ଅଧିକ ପସନ୍ଦ, ସେ ନେଇ ମଧ୍ୟ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ...

Exclusive : PAKISTAN STAR SPORTS PRESENTER ZAINAB ABBAS TELLS THE DIFFERENCE BETWEEN IPL AND PSL
ଇଟିଭି ଭାରତରେ ପାକିସ୍ତାନୀ କ୍ରୀଡା ଉପସ୍ଥାପିକା ଜୈନବ ଅବାସ
author img

By

Published : Jul 27, 2020, 9:33 PM IST

ହାଇଦ୍ରାବାଦ: ପାକିସ୍ତାନର କ୍ରୀଡା ଉପସ୍ଥାପିକା ଜୈନବ ଅବାସ ‘ଇଟିଭି ଭାରତ’ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇଛନ୍ତି । ଇଟିଭି ଭାରତରେ ପାକିସ୍ତାନ କ୍ରୀଡା ଉପସ୍ଥାପିକା ଜୈନବ ଅବାସ । ଏହି ସ୍ବତନ୍ତ୍ର ସାକ୍ଷାତକାରରେ ଜୈନବ ଅବାସ ନିଜର କ୍ରିକେଟ ଯାତ୍ରା ଠାରୁ ପାକିସ୍ତାନୀ କ୍ରୀଡା ଉପସ୍ଥାପିକା ପାଇଁ ଲକ୍ଷ୍ୟ, ପର୍ଯ୍ୟନ୍ତ ଅନେକ କଥା ମନଖୋଲି କହିଛନ୍ତି । ଏଥିସହିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନା ପାକିସ୍ତାନ ସୁପର ଲିଗ୍ (ପିଏସଏଲ) ଅଧିକ ପସନ୍ଦ, ସେ ନେଇ ମଧ୍ୟ ଖୁଲାସା କରିଛନ୍ତି ।

ଇଟିଭି ଭାରତରେ ପାକିସ୍ତାନୀ କ୍ରୀଡା ଉପସ୍ଥାପିକା ଜୈନବ ଅବାସ

ଏସିଆର ଶ୍ରେଷ୍ଠ 100 ପ୍ରଭାବୀ ବ୍ୟକ୍ତିଙ୍କ ତାଲିକାରେ ଜୈନବଙ୍କ ନାମ ସାମିଲ ରହିଥିଲା । ତେବେ ଏହି ତାଲିକାରେ ତଙ୍କର ନାମ ଆସିବା ନେଇ ସେ ଆଶାବାଦୀ ନିଥିଲେ ବୋଲି କହିଛନ୍ତି । ଇଣ୍ଟରଭିୟୁ କରିବାପରେ, କାମ ପାଇଁ ଲୋକଙ୍କ ଭଲପାଇବା ଓ ସମ୍ମାନ ମିଳିଛି । ଏଥିରେ ଖୁସି ଅନୁଭବ ହେଉଛି ବୋଲି ଜୈନବ କହିଛନ୍ତି ।

ମେକଅପ୍ ଆଟିଷ୍ଟରୁ କ୍ରିକେଟ ଉପସ୍ଥାପକର ଯାତ୍ରା

32 ବର୍ଷୀୟା ଜୈନବ କହିଛନ୍ତି, "ମୁଁ ଏମଏନସି କରିଛି, ଇଂଲଣ୍ଡରେ କୈଟରପିଲର ନାମକ ଏକ ଇଞ୍ଜିନିୟରିଙ୍ଗ ଫାର୍ମ ସହ ଗୋଟିଏ ବର୍ଷ କାମ କରିଛି । ଏଚଆର କମେଣ୍ଟଟର ଥିଲି । ତେବେ କର୍ପୋରେଟ ଚାକିରୀ ଅଧିକ ଦିନ ନ କରିବାକୁ ମନସ୍ଥ କରିଥିଲି । ପରେ ବିୟୁଟି(ସୌନ୍ଦର୍ଯ୍ୟ) କ୍ଷେତ୍ରରେ କିଛି କରିବାର ଥିଲା, ସେଥିପାଇଁ କିଛି କୋର୍ସ ମଧ୍ୟ କରିଥିଲି ।"

Exclusive : PAKISTAN STAR SPORTS PRESENTER ZAINAB ABBAS TELLS THE DIFFERENCE BETWEEN IPL AND PSL
ଇଟିଭି ଭାରତରେ ପାକିସ୍ତାନୀ କ୍ରୀଡା ଉପସ୍ଥାପିକା ଜୈନବ ଅବାସ

ପସନ୍ଦର ଲିଗ୍ ଆଇପିଏଲ ନା ପିଏସଏଲ ?

ଲାହୋରରେ ରହୁଥିବା ଜୈନକ କହିଛନ୍ତି, "ଦୁଇଟି ଯାକ ଲିଗ ସଂପୂର୍ଣ୍ଣ ଭିନ୍ନ ଲିଗ । ଆଇପିଏଲର ମାର୍କେଟ ଅଲଗା । ଦୁଇଟି ଲିଗ ଭିତରେ ଖାସ ହେଉଛି, ଆଇଏସଏଲ ବୋଲରଙ୍କ ଟୁର୍ଣ୍ଣାମେଣ୍ଟ ଓ ଆଇପିଏଲ ବ୍ୟାଟ୍ସମ୍ୟାନଙ୍କ ଲିଗ୍ । ଆଇପିଏଲରେ ବହୁତ ଦକ୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ଆଇପିଏଲର ବିଷେଶତ୍ବ ଏହା ଯେ, ନୂଆ ଖେଳାଳି ମିଳନ୍ତି ।" ଆଇପିଏଲ ଏକ ବଡ ବଡ ମାର୍କେଟ ଓ ଲମ୍ବା ଟୁର୍ଣ୍ଣାମେଣ୍ଟ ହୁଏ । ପିଏସଏଲ ଏବେ ମାତ୍ର ବଡ ହେଉଛି ।

ଭାରତର ବ୍ୟାଟିଂ ଲାଇନଅପକୁ ମଧ୍ୟ ପ୍ରଶଂସା କରିଛନ୍ତି ଜୈନବ । ଭାରତର ବ୍ୟାଟିଂ ସର୍ବଦା ଶକ୍ତିଶାଳୀ ରହିଆସିଛି । ଏବେ ଆଇପିଏଲରେ ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି, ଜାତୀୟ ଟିମରେ ମଧ୍ୟ ସ୍ଥାନ ପାଇବାରେ ସମର୍ଥ ହେଉଛନ୍ତି । ପୃଥ୍ବୀ ଶ, ଶୁଭମନ ଗିଲଙ୍କ ବ୍ୟତୀତ ଏକାଧିକ ଖେଳାଳି ଏପରି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.