ETV Bharat / sports

ଅଗଷ୍ଟରେ ଆରମ୍ଭ ହେବ ୟୁରୋ ଟି-20 ଲିଗ !

ଅଗଷ୍ଟରେ ଆୟୋଜିତ ହୋଇପାରେ ୟୁରୋ ଟି-20 ସ୍ଲାମ । ଆର୍ଥିକ ସଙ୍କଟ କାରଣରୁ ଏହି ଟି-20 ଲିଗକୁ 2019ରେ ସ୍ଥଗିତ ରଖାଯାଇଥିଲା ।

author img

By

Published : Jun 13, 2020, 6:25 PM IST

Euro T20 Slam organisers eye August window
ଅଗଷ୍ଟରେ ଆରମ୍ଭ ହୋଇପାରେ ୟୁରୋ ଟି-20 ଲିଗ

ଲଣ୍ଡନ: ଅଗଷ୍ଟରେ ଆୟୋଜିତ ହୋଇପାରେ ୟୁରୋ ଟି-20 ସ୍ଲାମ । ଆର୍ଥିକ ସଙ୍କଟ କାରଣରୁ ଏହି ଟି-20 ଲିଗକୁ 2019ରେ ସ୍ଥଗିତ ରଖାଯାଇଥିଲା । ତେବେ ଚଳିତ ବର୍ଷ ଶେଷ ଭାଗରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଆରମ୍ଭ ନେଇ ଆୟୋଜକ ଯୋଜନା କରୁଛନ୍ତି ।

ଏହି ଟି-20 ଲିଗ ଆୟରଲାଣ୍ଡରେ ପ୍ରଥମଥର ପାଇଁ ଖେଳାଯିବ । 6ଟି ସହରର ଫ୍ରାଞ୍ଚାଇଜ ଏହାର ମାଲିକାନାରେ ରହିଛନ୍ତି । ନେଦରଲାଣ୍ଡ ଆୟରଲାଣ୍ଡ ଓ ସ୍କଟଲାଣ୍ଡରେ ଏହି ଲିଗର ମ୍ୟାଚ ସବୁ ଖେଳାଯିବା ନେଇ ସୂଚୀ ରହିଛି ।

ତେବେ କାନାଡାରେ ଖେଳାଯିବାକୁ ଥିବା ଗ୍ଳୋବାଲ ଟି-20 ଲିଗ ଯୋଗୁଁ ଏହା ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟପଟେ କରୋନା ଭାଇରସର ପ୍ରଭାବ କମ ହୋଇନାହିଁ । ଏପରି ସ୍ଥିତିରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ୟୁରୋ ଟି-20 ଲିଗ ଖେଳାଯିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.